ଜାଣନ୍ତୁ ଆଜିର ରାଶିଫଳ

ମେଷ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ। ନୂଆ ଲୋକମାନଙ୍କ ସହିତ ବ୍ୟବହାରରେ ଶିଷ୍ଟାଚାର ରଖନ୍ତୁ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

ବୃଷ: ଆଜି ଆପଣ ଊର୍ଜା ଓ ଆତ୍ମବିଶ୍ବାସ ଭରା ରହିବେ। ମନରେ ଲାଗି ରହିଥିବା ଚିନ୍ତା ସମାପ୍ତି ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଦେବ।

ମିଥୁନ: ଦିନଟି ଆପଣଙ୍କ ଲାଗି ଢେର‌୍‌ ଶୁଭଫଳ ଆଣିଦେବ। ଆପଣଙ୍କୁ ପଇସା କମାଇବା ପାଇଁ ବିଚାର ଦେବା ଲୋକ ମିଳିବେ। ଜୀବିକା କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

କର୍କଟ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। କାରବାରିଙ୍କ ଲାଗି ଅନୁକୂଳ ରହିବ। ପରିବାରରେ ଖୁସିର ମାହୋଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କୋର୍ଟ କଚେରି ମାମଲାରେ ଉଦ୍‌ବେଗ ବଢ଼ିପାରେ। କୌଣସି ଲୋକଙ୍କ ରାୟ ନେବେ। ଆପଣ ଟିକେ କ୍ଳାନ୍ତ ଅନୁଭବ କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଭାଗ୍ୟ ବଦଳାଇବା ଲାଗି ଶୁଭ ସମୟ। ଯେତେ ମିଠା କଥା କହିିବେ ସେତେ ଲାଭ ପାଇବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ। ପାରିବାରିକ ଦାୟିତ୍ବ ପୂରା ହେବାରୁ ଆପଣଙ୍କୁ ସନ୍ତାଷ ମିଳିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଅମ୍ବିକା।

ତୁଳା: କାମଧନ୍ଦାରେ ଯଥେଷ୍ଟ ସଫଳ ହୋଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଅଫିସରେ ଆପଣ ନିଜର ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

 

ବିଛା: କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଦାଂପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ପୂଜାର୍ଚ୍ଚନାରେ ଅଧିକ ସମୟ କଟିବ। କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ବଢ଼ିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ ସଫଳତା ପାଇବେ। କୌଣସି ଲୋକଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ମକର: ଆପଣଙ୍କ ମନ ଆଧୢାତ୍ମିକରେ ଲାଗି ରହିବ। ପରିଜନଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶତ୍ରୁପକ୍ଷ ଦୂରେଇ ରହିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି କାମ ପାଇଁ ଯୋଜନା କରିବାରେ ସଫଳ ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ ମାମଲାରେ କୌଣସି ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମୀନ: ଦିନଟି ଉତ୍ତମ ରହିବ। କୌଣସି କାର୍ଯ୍ୟରେ ବାଧା ଦୂର କରିବାର ସଫଳ ହେବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ରାଜନୀତିକ କାମରେ ରୁଚି ରହିବ। ପ୍ରିୟଜନ ମିଳନ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର