ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନୋବଳ ସ୍ତର ଭଲ ରହିବ। ଆପଣଙ୍କ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। ଭାଇଙ୍କ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ।

ବୃଷ: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ସମାଜରେ ସୁଖ୍ୟାତି ବଢ଼ିବ।

ମିଥୁନ: ଆପଣଙ୍କ ମନକୁ ବହୁତ ସକାରାତ୍ମକ ଭାବନା ଆସିବ। ଘରେ ଅଧିକ ସମୟ ଅତିବାହିତ କରିବେ। ବେପାରରେ ଧନଲାଭର ଯୋଗ ରହିଛି।

କର୍କଟ: ସନ୍ଧ୍ୟାରେ ବନ୍ଧୁ ସହ ଫୋନରେ କଥା ହେବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ସିଂହ: ପରିଜନଠୁଁ ଶୁଭ ଖବର ପାଇବେ। ପିଲାମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ କାର୍ଯ୍ୟରେ କୌଣସି ବ୍ୟକ୍ତି ବିଶେଷଙ୍କର ସାହାଯ୍ୟ ପାଇବେ।

କନ୍ୟା: ଧନଲାଭର ଅବସର ପାଇବେ। ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖିନିଅନ୍ତୁ। ଜମିରେ ନିବେଶ ଲାଗି ଭଲ ଦିନଟିଏ।

ତୁଳା: ହଜିଥିବା କୌଣସି ବସ୍ତୁର ସନ୍ଧାନ ପାଇବେ। ଅନ୍ୟମାନଙ୍କ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଆଇନ ମାମଲାରେ ବ୍ୟସ୍ତ ରହିବେ।

ବିଛା: କାର୍ଯ୍ୟରେ ସଫଳତା ମିଳିବ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଭୂସଂପତ୍ତି କିଣିବା ଯୋଗ ରହିଛି।

ଧନୁ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କୁ ଲାଭ ମିଳିବ।

ମକର: ଅଫିସରେ କୌଣସି ପ୍ରକଳ୍ପ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ।

କୁମ୍ଭ: କୌଣସି ବଡ଼ ମାମଲ‌ାର ବୁଝାମଣା କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ବେପାରରେ ପରିବର୍ତ୍ତନ ଲାଗି ଭାବିବେ। ଚାକିରି କ୍ଷେତ୍ରରେ ଆପଣ ଅଧିକ କ୍ରିୟାଶୀଳ ରହିବେ।

ମୀନ: ଧ୍ୟାନ ଲଗାଇ ନିଜର କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସବୁ କିଛି ଭଲ ରହିବ। ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ।

ସମ୍ବନ୍ଧିତ ଖବର