ମେଷ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଉତ୍ତମ। ସମ୍ମାନିତ ଲୋକଙ୍କ ସହ ମିିଶିବାର ସୁଯୋଗ ପାଇବେ। ବାପାଙ୍କ ସହଯୋଗ କ୍ୟାରିୟରକୁ ଠିକ୍ ଦିଶା ଦେବ।
ମିଥୁନ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗରେ ଅଶାନ୍ତି ଦୂର ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।
କର୍କଟ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜମି ଦଲାଲଙ୍କୁ ଲାଭ ହେବ।
ସିଂହ: ଧାର୍ମିକ କାର୍ଯ୍ୟରେ ମନ ଲାଗିବା ହେତୁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇବେ।
କନ୍ୟା: ଚାକିରି ବୃତ୍ତିରେ କୌଣସି ବଡ଼ ଆହ୍ବାନ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ରୁହନ୍ତୁ।
ତୁଳା: ଅଫିସ କାମରେ ବ୍ୟସ୍ତ ରହିବେ। ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବିଛା: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାରଠୁଁ କୌଣସି ଭଲ ଖବର ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବେ।
ଧନୁ: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
ମକର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ।
କୁମ୍ଭ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ, ଲାଭ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ।
ମୀନ: ନିଜର ଲକ୍ଷ୍ୟ ସ୍ଥିର କରିବା ଲାଗି ନୂଆ ଯୋଜନା କରିବେ। ଚାକିରିଆଙ୍କୁ ଭଲ ଖବର ମିଳିବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବେ।