ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାମାଜିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ବେପାରରେ ଅଚାନକ ଧନଲାଭ ହେବ।

ବୃଷ: ଚାକିରିରେ ପଦୋନ୍ନତିର ଅବସର ପାଇବେ। ବନ୍ଧୁ ସହ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ମିଥୁନ: ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ସାକ୍ଷାତକାର ପାଇଁ ଡାକରା ଆସିବ। ଘର କାମରେ ପରିବାରର ସହଯୋଗ ପାଇବେ।

କର୍କଟ: ଆପଣଙ୍କ ଚଞ୍ଚଳ ସ୍ବଭାବ କିଛି ଲୋକଙ୍କୁ ପସନ୍ଦ ଆସିବ। ଦୀର୍ଘ ଦିନର ଅସଂପୂର୍ଣ୍ଣ କାମ ପୂରା ହୋଇଯିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ସିଂହ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଇଂଜିନିୟରଙ୍କ ଲାଗି ଭଲ ଚାକିରିର ସୁଯୋଗ ଆସିବ। ଗୃହିଣୀ ଜୀବନସାଥୀଙ୍କୁ କିଛି ମିଠା ଜିନିଷ ଖୁଆଇପାରନ୍ତି।

କନ୍ୟା: ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ପେସାଦାର ବ୍ୟବସାୟୀଙ୍କୁ ଧନଲାଭ ହେବାର ଯୋଗ ରହିଛି। କାର୍ଯ୍ୟରେ ଘରର ବଡ଼ଙ୍କ ସହଯୋଗ ପାଇବେ।

ତୁଳା: ବାକି ଥିବା ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ।

ବିଛା: ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ମିଳିବ। ବ୍ୟବସାୟ ଖୁବ୍ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଛାତ୍ରଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ।

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପାରିବାରିକ ସମସ୍ୟା ପାଇଁ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ।

ମକର: ଜମି କିଣିବା ପୂର୍ବରୁ ପରିବାରର ବଡ଼ଙ୍କ ମତ ନିଅନ୍ତୁ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ସନ୍ଧ୍ୟାରେ କୌଣସି ମାମଲା ନେଇ ପରିବାରରେ ଆଲୋଚନା ହେବ।

କୁମ୍ଭ: ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ମୀନ: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବେପାର ବୃଦ୍ଧିରେ ବାପାଙ୍କ ସହଯୋଗ ପାଇବେ।

ସମ୍ବନ୍ଧିତ ଖବର