ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆପଣଙ୍କ ସଂପର୍କ କୌଣସି ଉଚ୍ଚ ଅଧିକାରୀଙ୍କ ସହ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସହଯୋଗ ପାଇବେ।

ବୃଷ: କାହାରିକୁ କିଛି ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମିଥୁନ: ଶିକ୍ଷଣୀୟ ସଂସ୍ଥାରେ ଥିବା ଲୋକଙ୍କୁ ବିଶେଷ ଲାଭ ହେବ। ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଭଲ। ପୁରୁଣା ବନ୍ଧୁ ସହ ମିଶିବାର ମଉକା ପାଇବେ।

କର୍କଟ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଧୈର୍ଯ୍ୟ ଓ ସଂଯମ ସହ କାମ କରନ୍ତୁ। ଛାତ୍ରଙ୍କର ବର୍ଦ୍ଧିତ ଆତ୍ମବିଶ୍ବାସ ସ୍ତର କାମରେ ଆସିବ।

ସିଂହ: ଲୋକେ ଆପଣଙ୍କ ଦ୍ବାରା ଯଥେଷ୍ଟ ପ୍ରଭାବିତ ହେବେ। ଆପଣଙ୍କର କାର୍ଯ୍ୟ କ୍ଷମତା ବହୁତ ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ।

ତୁଳା: ବେପାରରେ ସାମାନ୍ୟ ଲାଭ ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରରେ ଉତ୍‍ଥାନ ପତନର ସ୍ଥିତି ରହିବ। ସହଯୋଗୀଙ୍କ ସାହାଯ୍ୟ କମ୍ ହୋଇପାରେ।

ବିଛା: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତି ଯୋଗ ରହିଛି। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ଦାମ୍ପତ୍ୟ ଜୀବନରେ ପ୍ରଚୁର ମଧୁରତା ଭରି ରହିବ।

କୁମ୍ଭ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ନୂଆ ବ୍ୟବସାୟରେ ସଫଳତା ପାଇବେ। ଛାତ୍ରଙ୍କ କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ।

ମୀନ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଚାକିରିରେ ପଦୋନ୍ନତି ଯୋଗ ରହିଛି। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିପାରନ୍ତି।

ସମ୍ବନ୍ଧିତ ଖବର