ମେଷ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ପାଇଁ ନୂଆ ପଥ ଖୋଲିବ।
ବୃଷ: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଅଫିସ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।
ମିଥୁନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଧନ ସମ୍ବନ୍ଧୀୟ ବିଷୟରେ ଆପଣଙ୍କୁ ସଫଳତା ମିଳିବ।
କର୍କଟ: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଶତ୍ରୁ ପକ୍ଷ ଦୂରରେ ରହିବେ।
ସିଂହ: ଅଫିସରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।
କନ୍ୟା: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ତୁଳା: ମନ ଶାନ୍ତ ରହିବ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କ ଯୋଗାଯୋଗ ତାଲିକାରେ ନୂଆ କିଛି ଯୋଡ଼ିବେ। ବେପାରରେ ଦି’ଗୁଣା ବୃଦ୍ଧି ହେବାର ଯୋଗ ରହିଛି।
ବିଛା: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ।
ଧନୁ: ପୂର୍ବ କଥା ପାଇଁ ମାନସିକ ଅଶାନ୍ତିରେ ରହିପାରନ୍ତି। କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଆୟବ୍ୟୟରେ ଭାରସାମ୍ୟ ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।
ମକର: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଦିନଟି ଶୁଭଙ୍କର। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ଅଫିସରେ ଲାଗି ରହିଥିବା ବାଧା ଦୂର ହେବ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: ମନରେ ସକାରାତ୍ମକତା ରହିବ। ଆଖପାଖର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ମୀନ: ବ୍ୟକ୍ତିତ୍ବ ବିକାଶ ପାଇଁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ବେପାର ବୃଦ୍ଧି କରାଇବେ। ଚାକିରିଆମାନେ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।