ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମରେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ। ଧୈର୍ଯ୍ୟଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ବୃଷ: ପୂର୍ବ ବିଚାରକୁ ତ୍ୟାଗ କରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ ପାଇଁ ଭଲ ସମୟ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।

ମିଥୁନ: ବଳକା କାମ ପୂରା କରିବାରେ ବ୍ୟସ୍ତ ରହିବେ। କୌଣସି ବନ୍ଧୁ ପଇସା ଧାର ମାଗି ପାରନ୍ତି। ଜୀବନସାଥୀଙ୍କ ସହ ବଡ଼ ସହରକୁ ବୁଲି ଯିବାର ଯୋଜନା କରିପାରନ୍ତି।

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ପ୍ରତି ଆପଣ ବ୍ୟବହାର ବଦଳାଇବା ଦରକାର।

ସିଂ‌ହ: ସନ୍ଧ୍ୟାରେ ବନ୍ଧୁ ସହ କଥା ହୋଇ ଭଲ ଲାଗିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅଫିସରେ ଆପଣଙ୍କୁ କୌଣସି ଦାୟିତ୍ବପୂର୍ଣ୍ଣ କାମ ମିଳିବ।

କନ୍ୟା: ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। କାମର ଗତି ଟିକେ ମନ୍ଥର ରହିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ।

ତୁଳା: ଲାଭପ୍ରଦ ‌ଜିନିଷକୁ ମହତ୍ତ୍ବ ଦିଅନ୍ତୁ। ନିଜ ଶକ୍ତିର ପ୍ରୟୋଗ ଠିକ୍ ଜାଗାରେ କରନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ।

ବିଛା: କୌଣସି ଆଇନ ମାମଲାରେ ଆରାମ ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ।

ଧନୁ: ମନରେ ନୂଆ ଜିନିଷ ଜାଣବା ଲାଗି ଉତ୍ସୁକତା ବଢ଼ିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ।

ମକର: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଧ୍ୟାପକଙ୍କ ଲାଗି ଦିନଟି ବହୁତ ଭଲ। ପରିବାର ଲୋକଙ୍କ ସହ କୌଣସି ଗମ୍ଭୀର ବିଷୟରେ କଥା ହେବେ।

କୁମ୍ଭ: ଭାବିଥିବା କାମ ପୂରା ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମରେ ସଫଳତା ପାଇବେ।

ମୀନ: ଜୀବନସାଥୀଙ୍କ ସହ ମିଶି ଘରର କାମ ପୂରା କରିବାକୁ ଚେଷ୍ଟା କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର