ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଲାଗି ଦିନଟି ଖୁସି ଭରା ରହିବ। ଜରୁରୀ ଯୋଜନା ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

ବୃଷ: ରାଜନେତାଙ୍କ ସାମାଜିକ ପ୍ରତିଷ୍ଠା ବଢ଼ିବ। ଭବିଷ୍ୟତରେ ଆପଣଙ୍କ ପରିଶ୍ରମର ଲାଭ ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: କାହା ସମ୍ପର୍କରେ ଅଧିକ ଆଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ବାପା ମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ।

କର୍କଟ: ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ଘର କିଣିବା ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ସିଂହ: କାମରେ ଅତ୍ୟଧିକ ସକ୍ରିୟ ରହିବେ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଆପଣଙ୍କର ସକାରାତ୍ମକ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିବ।

କନ୍ୟା: ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ। ଆପଣଙ୍କର ହସଖୁସିଆ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ।

ତୁଳା: କ୍ୟାରିୟର ଲାଗି ଦିନଟି ବହୁତ ଭଲ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଗଣମାଧ୍ୟମରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।

ବିଛା: ଆପଣଙ୍କ ଚଞ୍ଚଳମତି ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ବିତିବ।

ଧନୁ: ନିଜକୁ ଶକ୍ତିବାନ ଅନୁଭବ କରିବେ। ବନ୍ଧୁମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ମହିଳାମାନେ ଅନଲାଇନ କିଣାକିଣି କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ମକର: ନୂଆ କାମ ଆରମ୍ଭ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ସଫଳତାର ନୂଆ ମାର୍ଗ ଖୋଲିବ। ବନ୍ଧୁ ସହ କୌଣସି କଥାରେ ମତଭେଦ ହେବ।

କୁମ୍ଭ: ସଂପୂର୍ଣ୍ଣରୂପେ ଭାଗ୍ୟ ଭରସାରେ ରୁହନ୍ତୁ ନାହିଁ। କାମ କରିବା ବେଳେ ମନ ଶାନ୍ତ ରଖନ୍ତୁ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ମୀନ: କୌଣସି ବ୍ୟକ୍ତିଙ୍କ ଦ୍ବାରା ଆଶାଠୁଁ ଅଧିକ ଲାଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର