ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। କୌଣସି କାମରେ ଲୋକଙ୍କର ସହଯୋଗ ପାଇବେ। । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ବୃଷ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କା ପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: ଆପଣଙ୍କୁ ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ପ୍ରିୟଜନଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

କର୍କଟ: ଆପଣ ଭାବିଥିବା କାମ ପୂରା ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବନ୍ଧୁଙ୍କୁ ଏଭଳି କିଛି କହନ୍ତୁ ନାହିଁ ଯାହାଦ୍ବାରା ଅଶାନ୍ତି ବଢ଼ିବ।

ସିଂହ: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆଗକୁ ବଢ଼ିବା ଲାଗି କିଛି ନୂଆ କରିବେ।

କନ୍ୟା: ପରିବାରର ସବୁ ଲୋକ ପରସ୍ପରଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣ କବିତା ଲେଖି ପାରନ୍ତି।

ବିଛା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ଆୟ ବୃଦ୍ଧି ହେବ। କୌଣସି କଥାରେ ପରିବାରରେ ସମସ୍ତେ ଏକମତ ହେବେ। ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ।

ଧନୁ: ନୂଆ ଲୋକଙ୍କ ସହ ମିଶନ୍ତୁ, ଆପଣଙ୍କୁ ଲାଭ ହେବ। ଆମଦାନି ବୃଦ୍ଧି ଲାଗି ଆପଣଙ୍କ ମୁଣ୍ଡକୁ ନୂଆ ଯୋଜନା ଆସିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ମକର: ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ‌ କରିବେ। ଅଫିସରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ।

ମୀନ: ଅଫିସର ଉତ୍ତମ ପରିବେଶ ଆପଣଙ୍କୁ ଖୁସି କରିବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ସରୂପ କୌଣସି ଉପଯୋଗୀ ଜିନିଷ ଦେବେ। କାରବାରରେ ଆଶାଠୁଁ ଅଧିକ ଲାଭ ହେବ।

ସମ୍ବନ୍ଧିତ ଖବର