ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ବୃଷ: ଦୁର୍ଗାମାତାଙ୍କ ଦର୍ଶନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ‌ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ।

ମିଥୁନ: ନିଜ କାମରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ।

ସିଂହ: ଆପଣ ଭାବିଥିବା କାମ ପୂରା ହୋଇଯିବ। ବ୍ୟବସାୟ କାମରେ ବ୍ୟସ୍ତ ରହିପାରନ୍ତି। ଶତ୍ରୁ ଆପଣଙ୍କ ପାଇଁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣଙ୍କୁ ସେତେ ଲାଭ ମିଳିବ।

କନ୍ୟା: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ତୁଳା: ଆପଣଙ୍କୁ ପ୍ରିୟବନ୍ଧୁଙ୍କ ଠାରୁ ଉପହାର ମିଳିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।

ବିଛା: ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ତିଆରି କରିବେ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ଧନୁ: ପରିବାର ଲୋକଙ୍କ ସହ ହସଖୁସିର ସମୟ ଅତିବାହିତ କରିବେ। ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ମକର: ପାରିବାରିକ ମାମଲା ନେଇ ଆପଣଙ୍କୁ ଅଧିକ ଯା’ଆସ କରିବାକୁ ପଡ଼ିପାରେ। କୌଣସି କଥାରେ ଭାଇ ସହ ମତଭେଦ ହେବ। ନୂଆ ଲୋକଙ୍କ ସହ ମିଶନ୍ତୁ, ଲାଭ ହେବ।

କୁମ୍ଭ: କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।

ମୀନ: ଅଫିସରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଅନ୍ତରଙ୍ଗ ବନ୍ଧୁ ସହ ମିଶି ଆପଣଙ୍କ ମନ ପ୍ରସନ୍ନ ହେବ।

ସମ୍ବନ୍ଧିତ ଖବର