ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦୀର୍ଘ ଦିନର ପ୍ରୟାସରେ ସଫଳତା ପାଇବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବୃଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ନବ ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: କହିବା କୌଶଳରେ ଲୋକଙ୍କୁ ପ୍ରଭାବିତ କରିବେ। ପର୍ଯ୍ୟଟନ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ଲାଗି ଦିନଟି ଶୁଭ। ବେକାରଙ୍କୁ ଚାକିରି ମିଳିବ।

କର୍କଟ: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ପୁରୁଣା କାମ ପୂରା ହୋଇଯିବ। ଜମି ଦଲାଲଙ୍କୁ ଲାଭ ହେବ। ଅନ୍ୟମାନଙ୍କ କାମରେ ମନ୍ତବ୍ୟ ଦିଅନ୍ତୁ ନାହିଁ।

ସିଂହ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହ ମିଶିବେ। ପିଲାଙ୍କ ସଫଳତାରେ ପରିବାର ଲୋକ ଖୁସି ହେବେ।

କନ୍ୟା: କାମ ପୂରା କରିବା ଲାଗି ଦିନଟି ଶୁଭ। କଣ୍ଠଶିଳ୍ପୀଙ୍କୁ କୌଣସି ମଞ୍ଚରେ ସୁଯୋଗ ମିଳିବ। ଛାତ୍ର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ।

ତୁଳା: ଅଫିସରେ କର୍ତ୍ତୃପକ୍ଷ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ। ପଦୋନ୍ନତିର ସମ୍ଭାବନା ଅଛି। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ବିଛା: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବେପାରରେ କିଛି ନୂଆ କରିବା ଲାଗି ପ୍ରଥମେ ଯୋଜନା କରିନିଅନ୍ତୁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ଧନୁ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ପକ୍ଷ ସୁଦୃଢ଼ ହେବ। ବ୍ୟବସାୟରେ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ।

ମକର: ଉନ୍ନତି ଲାଗି ନୂଆ ମାର୍ଗ ନଜର ଆସିବ। ବେପାର ପାଇଁ ପୂର୍ବ ଯୋଜନା ପୂରା ହେବ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

କୁମ୍ଭ: ଅନଲାଇନ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଚାକିରିଆଙ୍କୁ ଭଲ ଖବର ମିଳିବ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ସବୁ ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ସମ୍ବନ୍ଧିତ ଖବର