ଜାଣନ୍ତୁ ଆଜିର ରାଶିଫଳ

ମେଷ: ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ଅନ୍‍ଲାଇନ୍ କ୍ଲାସରେ କିଛି ନୂଆ ଶିଖିବେ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ। ଗୃହିଣୀ ଶୀଘ୍ର ଘର କାମ ଶେଷ କରିବେ।

ବୃଷ: ରାଜନେତାଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

ମିଥୁନ: ଦିନଟି ଲାଭପ୍ରଦ ହେବ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଅଫିସରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ଜୀବନ ମଧୁର ହେବ।

ସିଂହ: ସବୁ କାମ ମନମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେବେ। କ୍ୟାରିୟରକୁ ନେଇ ଅଭିଜ୍ଞ ଲୋକଙ୍କର ପରାମର୍ଶ ନେବେ।

କନ୍ୟା: ପାରିବାରିକ କାମରେ ପିଲାଙ୍କ ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ଜମି କିଣିବା ଲାଗି ଯୋଜନା କରିବେ।

ତୁଳା: ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଅଫିସରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ବେପାରରେ ଧନଲାଭର ଅବସର ମିଳିବ।

ବିଛା: ନିଜ ବେପାର ବଢ଼ାଇବା ପାଇଁ କୌଣସି ବଡ଼ କଂପାନି ସହ ଆଲୋଚନା କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଭଲ।

ଧନୁ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ନୂଆ କାମରେ ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ବେପାରରେ ଲାଭ ହେବ। ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସରେ କାମ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ଅଧିକ କ୍ରୋଧ କଲେ କ୍ଷତି ହୋଇପାରେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର