ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ। ନୂଆ କାମ ଆରମ୍ଭ କରିପାରନ୍ତି।

ବୃଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିବ। ପ୍ରିୟଜନଙ୍କୁ ଭଲ ଉପହାର ଦେବେ।

କର୍କଟ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ସିଂହ: ଓକିଲ ପୁରୁଣା ମକଦ୍ଦମା ଜିଣିବେ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ପଦୋନ୍ନତି ପାଇଁ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ।

ତୁଳା: ପରିବାର ସହ ଅଧିକ ସମୟ କାଟିବେ। ବନ୍ଧୁ ଆପଣଙ୍କୁ ବହୁତ ଅଧିକ ପ୍ରୋତ୍ସାହିତ କରିବେ। କୌଣସି ବିଷୟରେ ମାତାପିତାଙ୍କ ମତ ନେବେ।

ବିଛା: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହେବ। ବିରୋଧୀ ଆପଣଙ୍କ ପାଖରେ ନତମସ୍ତକ ରହିବେ। ପାରିବାରିକ ନିଷ୍ପତ୍ତି ନେବା ପାଇଁ ଭଲ ଦିନଟିଏ।

ଧନୁ: ଅଫିସରେ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କଥା ଜୀବନସାଥୀଙ୍କୁ କହିବେ। ଆୟର ନୂଆ ସାଧନ ପାଇବେ।

ମକର: ଦୀର୍ଘ ଦିନର ଆଶା ପୂରଣ ହେବ। ଭଲଭାବେ ପ୍ରସ୍ତୁତ ହୋଇ ବ୍ୟବସାୟ ଆଲୋଚନାକୁ ଯାଆନ୍ତୁ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ।

କୁମ୍ଭ: ଯୋଜନା ତିଆରି କରିବେ, ଲାଗୁ ବି କରିବେ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ମୀନ: ଜୀବନସାଥୀଙ୍କ ଠାରୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର