ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ।

ମିଥୁନ: କୌଣସି ବଡ଼ କଂପାନି ସହ କାରବାର କରିବାର ପ୍ରସ୍ତାବ ମିଳିବ। ଘରକୁ କୌଣସି ବନ୍ଧୁ ଆସିବେ। ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ଅଧିକ ସମୟ ପରିଶ୍ରମ କଲେ ଅଫିସରେ ବାକିଥିବା କାମ ପୂରା ହୋଇଯିବ। ବିଚାରରେ ମଗ୍ନ ରହିବେ। ଘରର ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ସିଂହ: ବିଶେଷ ଖବର ମିଳିବାର ଯୋଗ ରହିଛି। ଯାଆସ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

କନ୍ୟା: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କାମର ଯୋଜନା ତିଆରି କରିବାରେ ବ୍ୟସ୍ତ ରହିବେ। ଚାକିରିଆ ଉନ୍ନତିର ଉଚିତ ଅବସର ପାଇବେ।

ତୁଳା: ପରିବାର ସହ ଅଧିକ ସମୟ କାଟିବେ। କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ବିଛା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ। ବେପାର କାମରେ ଅନ୍ୟ ସହରକୁ ଯିବେ।

ଧନୁ: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭ ହେବ। ଅଫିସ କାମରେ ସହକର୍ମୀଙ୍କ ସହଯୋଗ ପାଇବେ।

ମକର: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ମହିଳାମାନେ ବାହାରକୁ ଗଲାବେଳେ ପର୍ସ ଉପରେ ଧ୍ୟାନ ରଖନ୍ତୁ। ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି।

କୁମ୍ଭ: ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ଅଫିସରେ ଆପଣଙ୍କର ବେଶ‌ଭୂଷାର ପ୍ରଶଂସା ହେବ। ସହକର୍ମୀଙ୍କ ସହ ଘନିଷ୍ଠ ହେବେ।

ମୀନ: ବ୍ୟବସାୟ ନେଇ ମନରେ ନୂଆ ବିଚାର ଆସିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିଲେ ଲାଭବାନ ହେବେ। ଜୀବନସାଥୀ ଆପଣଙ୍କ କଥାକୁ ମହତ୍ତ୍ବ ଦେବେ।

ସମ୍ବନ୍ଧିତ ଖବର