ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖୋଦକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖଦ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: ପ୍ରତ୍ୟେକ କାମରେ ମନ ଲାଗିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

କର୍କଟ: ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।

ସିଂହ: କାର୍ଯ୍ୟ ବୃଦ୍ଧି ଲାଗି ଦିନଟି ଉତ୍ତମ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।

କନ୍ୟା: ନୂଆ କାମ କରିବା ପାଇଁ ଦିନଟି ଉପଯୁକ୍ତ। ଘରୋଇ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।

ତୁଳ: ବ୍ୟବସାୟୀ କିଛି ନୂଆ ଯୋଜନା ତିଆରି କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।

ବିଛା: ମସ୍ତିଷ୍କରୁ ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବା ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।

ଧନୁ: ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମକର: କାମର ବୋଝ ବଢ଼ିପାରେ। ଆପଣଙ୍କୁ ନେଇ ପରିବାର ଲୋକଙ୍କର ବହୁତ ଆଶା ଆକାଂକ୍ଷା ରହିବ। ସ୍ବାସ୍ଥ୍ୟଲାଭ ପାଇଁ ଖର୍ଚ୍ଚ କରିବେ।

କୁମ୍ଭ: ଧୈର୍ଯ୍ୟଧରି କାମ କରନ୍ତୁ, ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

ମୀନ: ଗମ୍ଭୀରତାର ସହ ପ୍ରୟାସ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ।

ସମ୍ବନ୍ଧିତ ଖବର