ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାଇଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ।

ବୃଷ: ପୂର୍ବ ଅପେକ୍ଷା ଦିନଟି ବହୁତ ଭଲ ରହିବ। ନୂଆ କଥା ଶିଖିବାକୁ ମିଳିବ। ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦ୍ବାରା ପ୍ରଭାବିତ ହେବେ। ମନ ଲଗାଇ କାମ କଲେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ ହେବ।

କର୍କଟ: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁ ସହ ବ୍ୟକ୍ତିଗତ ପ୍ରସଙ୍ଗ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ।

ସିଂହ: ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ନୂଆ ଯୋଜନା ତିଆରି କରିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

କନ୍ୟା: ନୂଆ କାମ ଆରମ୍ଭ କରନ୍ତୁ, ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାର ଆସିବ।

ତୁଳା: ଯେଉଁ କାମ କରିବାକୁ ଭାବିବେ ତାହା ପୂରା ହେବ। ବେପାରରେ ଲାଭ ହେବ। ପାରିବାରିକ ସମସ୍ୟାର ସମାଧାନ ଲାଗି ଦିନଟି ଭଲ।

ବିଛା: ବ୍ୟବସାୟରେ ଲାଭର ଯୋଗ ଅଛି। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ଧନୁ: ଲାଗି ରହିଥିବା ବାଧା ଦୂର ହେବ। କାରବାରରେ ଲାଭ ହେବ। ଜୀବନସାଥୀଙ୍କ ଖୁସି ପାଇଁ ବାହାରକୁ ବୁଲି ଯାଇପାରନ୍ତି।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହୋଇପାରେ।

କୁମ୍ଭ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ଆସିବ। ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

ମୀନ: ଅଫିସରେ ନୂଆ ଦାୟିତ୍ବ ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁନାହିଁ।

ସମ୍ବନ୍ଧିତ ଖବର