ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜକୁ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ସବୁ କାମରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ବୃଷ: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ଅବସର ମିଳିପାରେ। ପରିବାର ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ନୂଆ ବେପାର ଫଳପ୍ରଦ ହେବ।

ମିଥୁନ: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାହାରି ସହ ତର୍କବିତର୍କ କରନ୍ତୁ ନାହିଁ। ଅଫିସରେ ଅଧିକ ସମୟ କାମ କଲେଯାଇ ବାକିଥିବା କାମ ପୂରା ହେବ।

ସିଂହ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।

କନ୍ୟା: ଆପଣଙ୍କୁ ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ। କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା: କ୍ୟାରିୟରରେ ଗୁରୁଙ୍କ ସହଯୋଗ ମିଳିବ। ଅନ୍ୟମାନଙ୍କ ଆଗରେ ନିଜ କଥା ସ୍ପଷ୍ଟଭାବେ କହି ପାରିବେ। ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମ ପାଇଁ ଅଫିସ କାମରେ ଯୋଗ ଦେବାରେ ବିଳମ୍ବ ହେବ।

ଧନୁ: ଦୀର୍ଘଦିନରୁ ଅପେକ୍ଷା କରିଥିବା ସଫଳତା ହାସଲ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ।

ମକର: ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ଆଗକୁ ବଢ଼ିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। କୋର୍ଟର ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସିପାରେ।

କୁମ୍ଭ: ଆପଣଙ୍କ ମନ ସକାରାତ୍ମକ ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀରେ ମିଶିବା କଥା ଚିନ୍ତା କରିବେ।

ମୀନ: ସାମାଜିକ ପରିସର ବୃଦ୍ଧି ହେବ। ଦୈନନ୍ଦିନ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ। କାହାରି ସହ ବାଦ ବିବାଦ କରନ୍ତୁ ନାହିଁ। ବିବାହିତଙ୍କ ଜୀବନ ସୁଖଦ ରହିବ।

ସମ୍ବନ୍ଧିତ ଖବର