ଜାଣନ୍ତୁ ଆଜିର ରାଶିଫଳ

ମେଷ: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବ ବିବାହିତ ଦମ୍ପତି ପରସ୍ପରଙ୍କୁ ମନର କଥା କହିବେ।

ବୃଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ହେବ। ପ୍ରିୟ ବନ୍ଧୁ ସହ ଫୋନରେ କଥା ହେବେ। ପାରିବାରିକ ଜୀବନ ସୁଖମୟ ରହିବ। ଲୋକମାନଙ୍କୁ ନିଜ ସପକ୍ଷରେ କରିବାରେ ସଫଳ ହେବେ।

ମିଥୁନ: ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ଆପଣ ନିଜ କାର୍ଯ୍ୟକୁ ଅଗ୍ରସର କରିବା ଲାଗି ଯୋଜନା କରିବେ।

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ। ଉନ୍ନତି ହେବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟ ବଢ଼ାଇବା ଲାଗି ସହଯୋଗ ପାଇବେ।

ସିଂହ: ଉପାର୍ଜନ ଲାଗି ନୂଆ ସୁଯୋଗ ମିଳିବ। ବଡ଼ଙ୍କ ସମ୍ମତି ନେଇ ନୂଆ କାରବାର ଆରମ୍ଭ କରନ୍ତୁ। ଆପଣ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କନ୍ୟା: ପିଲାଙ୍କ ସହ ଆପଣଙ୍କର ଭଲ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ। କଠିନରୁ କଠିନ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବେ।

ତୁଳା: ଭାବିଚିନ୍ତି କାମ କରନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସନ୍ତାନ ସୁଖ ମିଳିବା ଯୋଗ ରହିଛି। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ପ୍ରେମ ଜୀବନ ଭଲ ରହିବ।

ବିଛା: ନୂଆ ସୁଯୋଗ ଲାଗି ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: କୌଣସି କଥାକୁ ନେଇ ବଡ଼ ଭଉଣୀଙ୍କ ପରାମର୍ଶ ନେବେ। ନିଜର ଅଭାବ ଦୂର କରିବା ପାଇଁ ଚେଷ୍ଟା କରିବେ। ସାକ୍ଷାତାକାର ଲାଗି ଡାକରା ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ମକର: କାର୍ଯ୍ୟକ୍ଷେତ୍ରରେ କିଛି ଆହ୍ୱାନ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆପଣ କିଛି ନୂଆ ଶିଖିବାର ମଉକା ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କୋର୍ଟର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଜୀବନସାଥୀଙ୍କ ପାଇଁ କିଛି ନିବେଶ କରିବେ। ଆପଣଙ୍କ କାମରେ ବାପାଙ୍କ ସହଯୋଗ ପାଇବେ।

ମୀନ: ଆପଣ ସକାରାତ୍ମକ ରହିବେ। ଦୀର୍ଘ ଦିନର ସ୍ଥଗିତ କାମରେ ସଫଳତା ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ।

ସମ୍ବନ୍ଧିତ ଖବର