ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘରର ମୁରବିଙ୍କ ଠାରୁ ଆପଣଙ୍କୁ ପ୍ରେରଣା ମିଳିବ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ବ୍ୟବହାରରେ ବଡ଼ ଲୋକ ଖୁସି ରହିବେ।

ବୃଷ: କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ଘର ଲୋକଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଆପଣଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ।

କର୍କଟ: ପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବେପାରରେ ଉନ୍ନତି ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।

ସିଂହ: ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ପର୍କର କଥା ଘର ଲୋକଙ୍କୁ କହିବେ। ଗୃହିଣୀ ରୋଷେଇ ଘରେ ବ୍ୟସ୍ତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସରକାରୀ କାମରେ ସମର୍ଥନ ପାଇବେ। ପ୍ରିୟ ବନ୍ଧୁ ଆପଣଙ୍କୁ ଖୁସି ଖବର ଶୁଣାଇବେ। କାରବାର ବଢ଼ାଇବା ଲାଗି ଆପଣଙ୍କୁ ଭଲ ସୁଯୋଗ ମିଳିବ।

ତୁଳା: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ ଉନ୍ନତି ପାଇଁ ରାସ୍ତା ଖୋଲିବ। ବିବାଦଠୁଁ ଦୂରରେ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।

ବିଛା: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଜୀବନସାଥୀଙ୍କୁ ଖୁସି ରଖିବ। ଚାକିରିରେ ଉନ୍ନତି ହେବ।

ଧନୁ: ଓକିଲଙ୍କ ଲାଗି ଦିନଟି ଭଲ। ନୂଆ ମକଦ୍ଦମା ହାତକୁ ଆସିବ। ପ୍ରିୟବନ୍ଧୁର କଥାକୁ ଖରାପ ଭାବନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଭ‌ାବିଚିନ୍ତ ଖର୍ଚ୍ଚ କରନ୍ତୁ।

ମକର: ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

କୁମ୍ଭ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। କୌଣସି ନୂଆ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଆପଣ କଳାତ୍ମକ କାର୍ଯ୍ୟରେ ରୁଚି ରଖିବେ।

ମୀନ: ନୂଆ ବ୍ୟବସାୟର ସଉଦା ପାଇଁ ସୁଯୋଗ ପାଇବେ। ଝିଅର ଶଶୁର ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।

ସମ୍ବନ୍ଧିତ ଖବର