publive-image

Advertisment

ମେଷ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।

publive-image

ବୃଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ।

publive-imageମିଥୁନ: ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-imageକର୍କଟ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖିଥିବା ଯୋଗୁଁ ସରକାରୀ କାମରେ ଲାଭ ହେବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରିୟବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ।

publive-imageସିଂହ: ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ କାମ କରନ୍ତୁ। ଚାକିରିରେ ପଦୋନ୍ନତିର ଯୋଗ ଅଛି।

publive-imageକନ୍ୟା: ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ ଅଛି।

publive-imageତୁଳା: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିହାତି ଆବଶ୍ୟକତା ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ। ଅଫିସ କାମରେ ଅବହେଳା କରନ୍ତୁ ନାହିଁ।

publive-imageବିଛା: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନରେ ଖୁସି ବଜାୟ ରହିବ। ଫେସନ୍ ଡିଜାଇନ୍ ଛାତ୍ର କିଛି ନୂଆ ଶିଖିବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ।

publive-imageଧନୁ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ତାଙ୍କ ସହ ମିଶି ବେପାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖକର ହେବ।

publive-imageମକର: ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରକୁ ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ।

publive-image

କୁମ୍ଭ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। ପୂର୍ବରୁ ନେଇଥିବା ନିଷ୍ପତ୍ତିରୁ ଭଲ ଫଳ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ।

publive-imageମୀନ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଶେଷ ସଫଳତା ମିଳିବ।