ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। କାରବାରରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ବୃଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। କିଛି ନୂଆ ସୁଯୋଗ ମିଳିପାରେ।

ମିଥୁନ: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ।

କର୍କଟ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି ବିଷୟରେ ଭାବୁକ ହେବେ। ଭଲ ଲୋକଙ୍କ ମାଧ୍ୟମରେ ଧନଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ।

ସିଂହ: କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ।

କନ୍ୟା: ବ୍ୟବସାୟ କାମରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।

ବିଛା: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

ଧନୁ: ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ। କୌଣସି ବିଶେଷ କାମରେ ଲାଭ ମିଳିପାରେ। ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ପାଇଁ ଚେଷ୍ଟା କରିବେ।

ମକର: ଘର ଲୋକଙ୍କର ଉତ୍ସାହ ବଜାୟ ରହିବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: କାରବାରରେ ଅଚାନକ ଲାଭ ହେବାର ଯୋଗ ଅଛି। ଅଧିକାରୀଙ୍କ ସହ ବିଶେଷ କାର୍ଯ୍ୟକୁ ନେଇ କଥାବାର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ।

ମୀନ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ପିଲା ଦିନର ସାଙ୍ଗ ସହ ଦେଖା ହେବ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ।

ସମ୍ବନ୍ଧିତ ଖବର