ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ହେବ। ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। କୋଚିଙ୍ଗ ସଂଚାଳକ କାର୍ଯ୍ୟରେ ପରିବର୍ତ୍ତନ କରନ୍ତୁ ଲାଭ ହେବ।

ବୃଷ: ସକାରାତ୍ମକ ଭାବନା ଘେନି କାମ ଆରମ୍ଭ କରିବେ। ପରିଶ୍ରମର ସୁଫଳ ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ସୋସିଆଲ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

କର୍କଟ: ବକେୟା ଅର୍ଥ ପାଇବେ। ସଫଳତାର ନୂଆ ସୁଯୋଗ ଆପଣଙ୍କ ହାତକୁ ଆସିବ। ପ୍ରେମ ସଂପର୍କ ଘନିଷ୍ଠ ହେବା ହେତୁ ମନ ଖୁସି ରହିବ। ସାହିତ୍ୟରେ ରୁଚି ବଢ଼ିବ।

ସିଂହ: ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ମଉକା ପାଇବେ। ବାପାଙ୍କ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ଅଜଣା ବ୍ୟକ୍ତି ଆପଣଙ୍କ ବ୍ୟବସାୟରେ ଲାଭ ପହଞ୍ଚାଇବେ।

କନ୍ୟା: ଆଜି ଆପଣଙ୍କ ମନ ବହୁତ ସକାରାତ୍ମକ ରହିବ। କୃଷିଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। କଂପ୍ୟୁଟର ଛାତ୍ର ନୂଆ ବିଷୟରେ ଅଭିଜ୍ଞତା ହାସଲ କରିବେ।

ତୁଳା: ଆପଣ ଚାହୁଥିବା ସବୁ କିଛି ହାସଲ କରିପାରନ୍ତି। ଆଖପାଖର ଲୋକଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: ଅଫିସରେ କୌଣସି ଜରୁରୀ କାମରେ ବରିଷ୍ଠ ଆପଣଙ୍କୁ ସାହାଯ୍ୟ କରିବେ। ସଙ୍ଗୀତଜ୍ଞଙ୍କ ଲାଗି ଦିନଟି ଭଲ। ନିଜର ପ୍ରତିଭାକୁ ବିକଶିତ କରିବାକୁ ସୁଯୋଗ ମିଳିବ।

ଧନୁ: ଦିନଟି ଆତ୍ମବିଶ୍ବାସ ଓ ଆଶା ଭରା ରହିବ। ଯେଉଁ କାମ କରିବା ପାଇଁ ଭାବୁଛନ୍ତି ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ମକର: ଅଧିକ ସମୟ ସକାରାତ୍ମକ ବିଚାରରେ ପୂର୍ଣ୍ଣ ରହିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଘର ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ଘରୋଇ କାମକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଦାୟିତ୍ବ ପୂରା କରିବା ଯୋଗୁଁ ଖୁବ୍ ପ୍ରଶଂସା ପାଇବେ। ଆପଣଙ୍କର ଜ୍ଞାନ ଓ ଶିଷ୍ଟାଚାର ଲୋକଙ୍କୁ ପ୍ରଭାବିତ କରିବ।

ମୀନ: ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ସମ୍ବନ୍ଧିତ ଖବର