ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିବେଶ ଟିକେ ଅଲଗା ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଅଫିସରେ ପୂର୍ବଦିନ ଅପେକ୍ଷା ଅଧିକ କାମ କରିବେ। ଆମଦାନି ପାଇଁ ନୂଆ ସୁଯୋଗ ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କୌଣସି ବଡ଼ କାମ ସନ୍ତାନଙ୍କ ସାହାଯ୍ୟରେ ପୂରା ହୋଇଯିବ।

କର୍କଟ: ଜୀବନରେ ସ୍ଥିରତା ଆସିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ।

ସିଂହ: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। ବେପାରରେ ଅନ୍ୟମାନଙ୍କ ସହ ସଂପର୍କ ବନାନ୍ତୁ, ଲାଭ ପାଇବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଶୁଭ।

କନ୍ୟା: ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

ତୁଳା: ଭାବିଥିବା କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ବିଛା: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ଭ୍ରମଣ ବ୍ୟବସାୟରେ ଥିବା ଲୋକଙ୍କର ଭଲ ଆୟ ହେବ। ଲୋକେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା କରିବେ।

ଧନୁ: କାମ ସମାପ୍ତ କରି ଆରାମ ଅନୁଭବ କରିବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ଲାଭଦାୟକ ରହିବ। ପରିଜନ ଓ ବନ୍ଧୁ ପାଇଁ ସମୟ ବାହାର କରିବେ।

ମକର: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ।

କୁମ୍ଭ: ଯେଉଁ କାମ କରିବେ ତାହା ଆରାମରେ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ଶିକ୍ଷାର୍ଥୀ ପରୀକ୍ଷାରେ ଭଲ କରିବେ।

ମୀନ: ପାରିବାରିକ ଜୀବନରେ ସୁଖୀ ରହିବେ। ଜୀବନକୁ ଉତ୍କୃଷ୍ଟ କରିବା ଲାଗି ନୂଆ ପଦକ୍ଷେପ ନେବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ମନ ଦେବେ।

ସମ୍ବନ୍ଧିତ ଖବର