ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଲାଭପ୍ରଦ। ଘର କାମ ସହଜରେ ପୂରା ହେବ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। ବେକାରଙ୍କୁ ନୂଆ ଚାକିରି ସୁଯୋଗ ମିଳିପାରେ।

ବୃଷ: କାମ କରିବା ସମୟରେ ତରତର ହୁଅନ୍ତୁ ନାହିଁ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଆନନ୍ଦଦାୟକ ହୋଇପାରେ।

ମିଥୁନ: ପ୍ରିୟଜନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଆପଣଙ୍କ ଭିତରେ କଷ୍ଟସାଧ୍ୟ କାମ କରିବାର କ୍ଷମତା ବିକଶିତ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

କର୍କଟ: ନିଜ ଭବିଷ୍ୟତ ଉଜ୍ଜ୍ବଳ କରିବାର ଯୋଜନା ଉପରେ ଧ୍ୟାନ ଦେବେ। ଜୀବନସାଥୀଙ୍କ ସହଯୋଗ ପାଇବେ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ଅବସର ପାଇବେ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ।

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାରବାରରେ ପରିବର୍ତ୍ତନ ଆଣିବେ ଓ ଲାଭ ପାଇବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ତୁଳା: ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀରତାର ସହିତ ବିଚାର କରନ୍ତୁ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ। ବ୍ୟାବସାୟିକ ଚୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଠିକ୍ ଉପାୟରେ କାମ କରି ସମସ୍ୟାର ସମାଧାନ କରିନେବେ।

ଧନୁ: ବ୍ୟବସାୟରେ ନୂଆ ଯୋଜନା ଲାଗୁ କରନ୍ତୁ, ଲାଭ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଦୃଢ଼ ହେବ। ଛାତ୍ର ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।

ମକର: ଘରର ସବୁ କାମ ପୂରା ହେବ। ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେଇ ଶୁଣିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

କୁମ୍ଭ: ବୃତ୍ତିରେ ଟିକେ କମ୍ ମନ ଲାଗିବ। ବିବାଦଠୁଁ ଦୂରରେ ରୁହନ୍ତୁ। ବଡ଼ ଭାଇଙ୍କ ସହଯୋଗ ଦ୍ବାରା ଆପଣଙ୍କ କ୍ୟାରିୟର ଅଗ୍ରସର ହେବ।

ମୀନ: ଅଫିସରେ ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ବନ୍ଧୁ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ସମ୍ବନ୍ଧିତ ଖବର