ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

ବୃଷ: ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ମିଥୁନ: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।

କର୍କଟ: ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ଅଛି। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ।

ସିଂହ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ନୂଆ କାମ ଆରମ୍ଭ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ବିଦ୍ୟାର୍ଥୀ ଲେଖାପଢ଼ା ନେଇ ଗମ୍ଭୀର ହେବେ।

କନ୍ୟା: ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଜମାପୁଞ୍ଜି ବୃଦ୍ଧି ହେବ। ନବବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ।

ତୁଳା: ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରସନ୍ନ ହୋଇଯିବ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ବୁଡ଼ି ରହିବ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ। ବାହାର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ଧନୁ: କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ ବନ୍ଧୁ ଆସିବା ହେତୁ ମନ ପ୍ରଫୁଲ୍ଲିତ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ମକର: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁର ସହଯୋଗ ଓ ସାହାଯ୍ୟ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ଅବସର ପାଇବେ।

କୁମ୍ଭ: ମୁଣ୍ଡରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଧନଲାଭର ନୂଆ ଉତ୍ସ ନଜରକୁ ଆସିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ମୀନ: ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ସମ୍ବନ୍ଧିତ ଖବର