ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ରାଜନେତାଙ୍କ ଲାଗି ଦିନଟି ଭଲ।

ବୃଷ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବୃଦ୍ଧି ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

ମିଥୁନ: ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ।

କର୍କଟ: ଆପଣଙ୍କର କାମ ସହଜରେ ପୂରା ହୋଇଯିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପ୍ରେମୀଯୁଗଳ ଏକାଠି ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ।

ସିଂହ: ଅନ୍ୟମାନେ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ନିକଟ ସଂପର୍କୀୟଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଖାଦ୍ୟ ପାନୀୟ ନେଇ ସଚେତନ ରୁହନ୍ତୁ।

କନ୍ୟା: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ଆପଣଙ୍କର ଘରୋଇ ଦାୟିତ୍ବ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ତୁଳା: ନୂଆ ସଫଳତା ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୈତିକ ଲୋକଙ୍କର ପ୍ରତିଷ୍ଠାରେ ବୃଦ୍ଧି ହେବ।

ବିଛା: ଭାଗ୍ୟର ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

ଧନୁ: ଅଧିକାଂଶ ସମୟ ପରିବାର ଲୋକଙ୍କ ସହ କାଟିବେ। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ମିଳିବା ହେତୁ ଖୁସି ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ଯୋଗ ଦେବାକୁ ଭାବିବେ।

କୁମ୍ଭ: ପୁରୁଣା ଝଞ୍ଜଟ ଠାରୁ ଦୂରରେ ରୁହନ୍ତୁ। ପାରିବାରିକ ବନ୍ଧୁ ଠାରୁ କୌଣସି ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।

ମୀନ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଚାକିରିଆଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

ସମ୍ବନ୍ଧିତ ଖବର