ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ବିଚାରକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ କିନ୍ତୁ ସ୍ପଷ୍ଟ କୁହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ।

ବୃଷ: ଉପଯୁକ୍ତ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଲାଭଦାୟକ ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ମିଥୁନ: ଚାକିରିରେ ପଦୋନ୍ନତି ମିଳିପାରେ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ।

କର୍କଟ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରେମିକାଙ୍କୁ ଦାମିକା ବସ୍ତୁ ଉପହାର ଦେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ସିଂହ: କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ରଖନ୍ତୁ। ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। କୋର୍ଟ ମାମଲାର ଫଇସଲା ଆପଣଙ୍କ ପକ୍ଷର ହେବ।

କନ୍ୟା‌: ଶାନ୍ତ ରହି ନିଜର ପ୍ରାଥମିକତା ସ୍ଥିର କରନ୍ତୁ। ନମ୍ର ବ୍ୟବହାର କରନ୍ତୁ। ଦୀର୍ଘ ଦିନର ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

ତୁଳା: ଦିନଟି ପୂର୍ବଦିନ ଅପେକ୍ଷା ଭଲ। ନିଜର ପ୍ରତିଭା ବିକଶିତ କରିବାର ଅବସର ପାଇବେ। ଆମଦାନିରେ ବୃଦ୍ଧି ହେବାର ଯୋଗ ଅଛି।

ବିଛା: ସୁସ୍ଥ ସବଳ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ଧନୁ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ସନ୍ତାନର ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମକର: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ କାମର ବୋଝ ଅଧିକ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବୃଦ୍ଧି ହେବ।

କୁମ୍ଭ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିବାରରେ ଉତ୍ସବ ଭଳି ପରିବେଶ ରହିବ।

ମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।

ସମ୍ବନ୍ଧିତ ଖବର