publive-imageମେଷ: କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ବ୍ୟବସାୟରେ ଅଚାନକ ଧନଲାଭ ହେବ। କୌଣସି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ।

Advertisment

publive-imageବୃଷ: କୌଣସି ଦିଗରୁ ଖୁସି ଖବର ପାଇବେ। ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯାଇପାରେ।

publive-imageମିଥୁନ: ଉନ୍ନତିର ଯୋଗ ପ୍ରବଳ ରହିଛି। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ସୁଦୃଢ଼ ହେବ। ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageକର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। ନୂଆ ବାହନ କିଣିବାକୁ ଇଚ୍ଛା ହେବ।

publive-imageସି˚ହ: ଆପଣଙ୍କର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି। ସୃଷ୍ଟିଶୀଳ କବିମାନଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଆମଦାନି ରପ୍ତାନିରେ ଲାଭ ହେବ।

publive-imageକନ୍ୟା: ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ।

publive-imageତୁଳା: ଆପଣଙ୍କୁ ପରିଶ୍ରମର ପୂରା ଲାଭ ମିଳିବ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ସୁଖଦ ସମୟ ବିତିବ।

publive-imageବିଛା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚ ରହିବ। ଧନଲାଭ ସହିତ ଖୁସିର ଆଗମନ ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

publive-imageଧନୁ: ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ନୂଆ ବନ୍ଧୁଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ଘରର ଆବଶ୍ୟକତା ଉପରେ ଧୢାନ ଦିଅନ୍ତୁ।

publive-imageମକର: ଯେଉଁ କାମ କରିବାକୁ ଆଗେଇ ଆସିବେ ସହଜରେ ସ˚ପୂର୍ଣ୍ଣ ହେବ। କାରବାରରେ ଲାଭ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ।

publive-image

କୁମ୍ଭ: ପୂଜାପାଠରେ ସମୟ ବିତିବ। ଚାକିରି ଲାଗି ସାକ୍ଷାତକାର ପାଇଁ ଖବର ଆସିବ। ଜୀବନସାଥୀଙ୍କ ସହିତ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ।

publive-imageମୀନ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। କୌଣସି ନୂଆ ସୁଯୋଗ ଆପଣଙ୍କ ସମ୍ମୁଖକୁ ଆସିବ। ଲୁହାର କୌଣସି ଜିନିଷ କିଣି ପାରନ୍ତି।