ଜାଣନ୍ତୁ ଆଜିର ରାଶିଫଳ

ମେଷ: ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ବେକାରଙ୍କୁ ନୂଆ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: କ୍ୟାରିୟର ସହ ଜଡ଼ିତ ସମସ୍ୟାର ସମାଧାନ ହୋଇଯିବ। କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମିଥୁନ: ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ସହ ବୁଲିଯିବାର ଯୋଜନା କରିବେ।

କର୍କଟ: ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।

ସିଂହ: ଧର୍ମକାର୍ଯ୍ୟରେ ମନ ଲାଗି ରହିବ। ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ପରିବାରର କୌଣସି ବଡ଼ ଦାୟିତ୍ବ ତୁଲାଇବେ।

କନ୍ୟା: ଆପଣ କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟ କରିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: କାମ ପାଇଁ ଆପଣଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ଲୋକଙ୍କ ସହ ଭଲ ସମୟ କାଟିବେ।

ବିଛା: ବିଶେଷ କାମରେ ଆପଣଙ୍କୁ ଲାଭ ମିଳିବ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। କୋର୍ଟ କଚେରି ମାମଲାରେ ସଫଳତା ପାଇବେ।

ଧନୁ: କାମ ସଂପୂର୍ଣ୍ଣ ପାଇଁ ନିଜ ଉପରେ ଭରସା ରଖନ୍ତୁ ଏବଂ ପରିଶ୍ରମ କରନ୍ତୁ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ପ୍ରସାଧନ ବ୍ୟବସାୟୀଙ୍କୁ ଧନଲାଭ ହେବ।

ମକର: କାମର ବୋଝ ପାଇଁ ଟିକେ ଅଶାନ୍ତିରେ ରହିବେ। ମହିଳାମାନେ ଘର ପାଇଁ ଜିନିଷପତ୍ର କିଣିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କୁମ୍ଭ: ନିଜର ଶକ୍ତିକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ପାଖରୁ ଭଲ ଖବର ଶୁଣିବେ। ପ୍ରେମୀ ଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

ମୀନ: ତର୍କରେ କାହାରିକୁ ବି ନିଜ କଥାର ସହମତ କରାଇନେବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।

ସମ୍ବନ୍ଧିତ ଖବର