ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଭାବନା ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଅଧୁରା କାମ ସଂପୂର୍ଣ୍ଣ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଦିନଟି ଆପଣଙ୍କ ଲାଗି ନୂଆ କିରଣ ନେଇ ଆସିଛି। ମହିଳାମାନଙ୍କୁ ପରିବାରର ସାହାଯ୍ୟ ମିଳିବ। ବିଦେଶରେ ବ୍ୟବସାୟ ଲାଗି ଆଉ କିଛି ଦିନ ଅପେକ୍ଷା କରନ୍ତୁ।

ମିଥୁନ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଦୂର ହୋଇଯିବ। ବେପାରରେ ଲାଭ ହେବ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କର୍କଟ: ମିଷ୍ଟବାଣୀ ଆପଣଙ୍କ କାମ ଶୀଘ୍ର ପୂରା କରିବାରେ ସାହାଯ୍ୟ କରିବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରିୟଜନଙ୍କ ମିଳନ ହେବ।

ସିଂହ: ଆପଣ କଥା ଅଧିକ ନ କହି କାମରେ ଧ୍ୟାନ ଦେବା ଦରକାର। ନୂଆ ଲୋକଙ୍କ ସହ ଚୁକ୍ତି ପକ୍କା ହେବ। ଘରକୁ କୌଣସି ବନ୍ଧୁ ଆସିବେ।

କନ୍ୟା: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଆପଣଙ୍କର ସମ୍ମାନ ବଢ଼ିବ।

ତୁଳା: ନିଜକୁ ଶକ୍ତିବାନ ଅନୁଭବ କରିବେ। ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ।

ବିଛା: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ ବୃଦ୍ଧି ଲାଗି ଚେଷ୍ଟା କରିବେ। ଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।

ଧନୁ: ଆପଣଙ୍କ ଯୋଗ୍ୟତା ଅନୁସାରେ ଫଳ ମିଳିବ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମକର: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଜୀବନସାଥୀ ମନର ବି‌ଶେଷ ଆଶା ପୂରା କରିବେ। ଗଣମାଧ୍ୟମ କର୍ମୀଙ୍କ କାମର ପ୍ରଶଂସା ହେବ।

କୁମ୍ଭ: ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ମହିଳାମାନେ ସହରକୁ ଜିନିଷ କିଣିବା ଲାଗି ଯାଇପାରନ୍ତି।

ମୀନ: ଧନପ୍ରାପ୍ତିର ଭଲ ଯୋଗ ରହିଛି। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଗୃହିଣୀମାନେ ନୂଆ ବ୍ୟଞ୍ଜନ ତିଆରି କରିବେ।

ସମ୍ବନ୍ଧିତ ଖବର