ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ପରିବେଶ ସୁଖମୟ ରହିବ। କାମ ପୂରା କରିବାରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ବୃଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଚାକିରିଆଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ଦିନଟି ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଜୀବନସାଥୀ ଆପଣଙ୍କୁ ମନାଇବା ପାଇଁ ଭଲ ଜିନିଷ ତିଆରି କରି ଖାଇବାକୁ ଦେବେ।

କର୍କଟ: ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ। କୌଣସି ଭଲ ଖବର ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

ସିଂହ: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବନ୍ଧୁ ସହିତ ମନଖୋଲା କଥା ହେଲେ ସମସ୍ୟାର ସମାଧାନ ବାହାରିବ।

କନ୍ୟା: ଆପଣଙ୍କ ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

ତୁଳା: ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କବିମାନଙ୍କର ପୁରୁଣା କାବ୍ୟ ପ୍ରଶଂସିତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

ବିଛା: ବଡ଼ କଂପାନିରେ ଚାକିରି ପାଇଁ କଥାବାର୍ତ୍ତା କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି।

ଧନୁ: ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।

ମକର: ଯାହା ବି କାମ କରିବାକୁ ଚାହିବେ ତାହା ନିଶ୍ଚିତ ପୂରା ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ପକ୍ଷରୁ ବହୁତ ଖୁସି ପାଇବେ।

କୁମ୍ଭ: ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ଘରକୁ ବନ୍ଧୁ ଆସି ପାରନ୍ତି। ବେପାର ପାଇଁ ଉନ୍ନତିର ସୁଯୋଗ ପାଇବେ। ମହିଳାମାନେ ରୋଷେଇ କରିବା ବେଳେ ସାବଧାନ ରୁହନ୍ତୁ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବଢ଼ିବ।

ସମ୍ବନ୍ଧିତ ଖବର