publive-image

Advertisment

ମେଷ: ରଚନାତ୍ମକ କାର୍ଯ୍ୟରେ ପ୍ରସିଦ୍ଧି ପାଇବେ। ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ଘରକୁ କୌଣସି ବନ୍ଧୁ ଆସିବେ।

publive-image

ବୃଷ: ଲେଖକଙ୍କ ଲାଗି ଭଲ ଦିନଟିଏ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଜମି କିଣିବା ଲାଗି ଭାବି ପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।

publive-imageମିଥୁନ: ସିଭିଲ୍ ଇଂଜିନିୟରଙ୍କ ଲାଗି ଦିନଟି ଆରାମଦାୟକ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପୂର୍ବ କଥାକୁ ନେଇ ଜୀବନସାଥୀଙ୍କ ସହିତ ବିବାଦ ହେବ। ବେକାରଙ୍କୁ ରୋଜଗାର ମିଳିବ।

publive-imageକର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସାମାଜିକ ପରିସର ବୃଦ୍ଧି ହେବ। ଆପଣଙ୍କ ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ।

publive-imageସିଂହ: ଅଫିସରେ ଅଧିକ ସମୟ କାମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ। ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ।

publive-imageକନ୍ୟା: କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ, କାମ ସହଜରେ ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ପାରିବାରିକ ଜୀବନ ସୁଖକର ହେବ।

publive-imageତୁଳା: ଆପଣଙ୍କର ଉଦ୍ୟମ ସଫଳ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ଆର୍ଥିକ ପକ୍ଷ ମଜଭୁତ ରହିବ। ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଖୁସି ବାଣ୍ଟିବେ।

publive-imageବିଛା: ପରିବାରରେ କୌଣସି ଗୁରୁଦାୟିତ୍ବ ତୁଲାଇବେ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ସମାଜରେ ମାନ ସମ୍ମାନ ବଢ଼ିବ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ।

publive-imageଧନୁ: ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦଶର୍ନ କରିବେ।

publive-imageମକର: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। କୌଣସି ବେପାରରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି। ପ୍ରେମ ଜୀବନ ମଧୁର ରହିବ।

publive-image

କୁମ୍ଭ: ଭାଇ ଭଉଣୀଙ୍କ ସହଯୋଗରେ ଭାବିଥିବା କାମ ପୂରା ହୋଇଯିବ। ରାଜନେତାଙ୍କ ଲାଗି ଭଲ ଦିନଟିଏ। ଅଫିସରେ ପଦୋନ୍ନତି ମିଳିବାର ଯୋଗ ରହିଛି।

publive-imageମୀନ: ଅଫିସ କାମ ପୂରା କରିବାରେ ବ୍ୟସ୍ତ ରହିବେ। ଅଧିକାର ଜାହିର କରିବା ପ୍ରବୃତ୍ତିକୁ ନିୟନ୍ତ୍ରଣରେ ରଖନ୍ତୁ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ।