ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣ‌ ସଫଳ ହେବେ। ଆପଣ ଯାହାଙ୍କର ସାହାଯ୍ୟ ଲୋଡ଼ିବେ ତାହା ପାଇପାରିବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ବୃଷ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସାରିବେ।

କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ କାଟନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗିବ। ବକେୟା ଅର୍ଥ ପାଇବେ। ପରିବାର ଲୋକେ ଆପଣଙ୍କୁ କଠିନ ପରିସ୍ଥିତିରେ ସାହାଯ୍ୟ କରିବେ।

କନ୍ୟା: କାରବାର ବିସ୍ତାର ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଘରେ ଖୁସିର ପରିବେଶ ରହିବ।

ତୁଳା: ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ ହେବ।

ବିଛା: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧରେ ଉନ୍ନତି ହେବ। ଆଲୋଚନା ମାଧ୍ୟମରେ ତିକ୍ତତାର ସମାଧାନ କରନ୍ତୁ।

ଧନୁ: ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହେବେ। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।

ମକର: ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ। ଜମି କିଣିବାର ସୁଯୋଗ ପାଇବେ। ନିର୍ଦ୍ଧାରିତ ସମୟ ପୂର୍ବରୁ କିଛି ଯୋଜନା ପୂରା ହୋଇଯିବ।

କୁମ୍ଭ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କୌଣସି ସମାରୋହରେ ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।

ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କଳାକାର ଓ ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।

ସମ୍ବନ୍ଧିତ ଖବର