ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ଚାକିରିରେ ଦରମା ବଢ଼ିପାରେ। ବେପାରରେ ଉନ୍ନତିର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।

ବୃଷ: ପୁରୁଣା କାମର ଲାଭ ପାଇବେ। ଚାକିରିରେ ପ୍ରଭୁତ୍ବ ବୃଦ୍ଧି ହେବ। ଜୀବନସାଥୀଙ୍କ ଉପରେ ବିଶ୍ବାସ ବଜାୟ ରଖନ୍ତୁ ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଜମି କିଣିବା ପୂର୍ବରୁ ପରିବାର ଲୋକଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ଉନ୍ନତି ହେବ। କୋର୍ଟ କଚେରି ମାମଲାରେ ବଡ଼ ଓକିଲଙ୍କ ମତ ଶୁଭଙ୍କର ପ୍ରମାଣିତ ହେବ।

କର୍କଟ: ଚାକିରି ବୃତ୍ତିରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଜରୁରୀ କାମ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରନ୍ତୁ ନାହିଁ। ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳ ନିକଟରେ ପହଞ୍ଚିବେ।

ସିଂହ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ବନ୍ଧୁ ମାଧ୍ୟମରେ ଲାଭ ପାଇବେ। ଆପଣଙ୍କ ଆଖପାଖର ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

ତୁଳା: ଆପଣଙ୍କର ମାନସିକ ପ୍ରସନ୍ନତା ବଜାୟ ରହିବ। ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପୂର୍ବରୁ କରିଆସୁଥିବା କାମରେ ଆର୍ଥିକ ଲାଭ ହେବ।

ବିଛା: ଆପଣଙ୍କ ଉପରେ ଲୋକମାନଙ୍କର ଭରସା ରହିବ। କାମ ସମାପ୍ତ କରିବା ପାଇଁ ଦିନଟି ଭଲ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ।

ଧନୁ: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ କରିବା ପାଇଁ ସରକାରୀ କର୍ମଚାରୀଙ୍କର ମତ ପାଇବେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ଦୂର ହେବ।

ମକର: ଆପଣଙ୍କର ଉଦ୍ୟମ ଫଳପ୍ରଦ ହେବ। ବଡ଼ କଂପାନି ସହିତ ଚାକିରି ପାଇଁ କଥାବାର୍ତ୍ତା କରିବେ। ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଚାକିରି ବୃତ୍ତି ଶୃଙ୍ଖଳିତ ହେବ।

ସମ୍ବନ୍ଧିତ ଖବର