publive-image

Advertisment

ମେଷ: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ନିଜର ଯୋଜନା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ। ଆର୍ଥିକ ମାମଲାରେ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

publive-image

ବୃଷ: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ। ବୈଷୟିକ ଛାତ୍ର କିଛି ନୂଆ ଶିଖିବେ।

publive-imageମିଥୁନ: କାରବାର ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ। ବିରୋଧୀମାନେ କ୍ଷତି କରିପାରନ୍ତି, ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ପାଖରୁ ଭଲ ଖବର ପାଇବେ।

publive-imageକର୍କଟ: କାମ ନେଇ ବ୍ୟସ୍ତ ରହିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାଧାରଣ ରହିବ। କୌଣସି ନୂଆ ପ୍ରକଳ୍ପ ଲାଗି ଯୋଜନା କରିବେ। ଘରକୁ କୁଣିଆ ଆସିବେ।

publive-imageସିଂହ: ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

publive-imageକନ୍ୟା: ଆପଣଙ୍କର ଉଦାର ସ୍ବଭାବ ପ୍ରସନ୍ନତାର ମୁହୂର୍ତ୍ତ ନେଇ ଆସିବ। ସମସ୍ତଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ। ଜରୁରୀ କାମରେ ଭଉଣୀଙ୍କୁ ସାହାଯ୍ୟ କରିପାରନ୍ତି।

publive-imageତୁଳା: କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ଆପଣଙ୍କ ପାଖ ଲୋକ ଆପଣଙ୍କର ଖୁସିକୁ ଦିଗୁଣା କରିଦେବେ। ଛାତ୍ରଙ୍କର ମନ କିଛି ଶିଖିବା ପାଇଁ ଆଗ୍ରହୀ ହେବ।

publive-imageବିଛା: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-imageଧନୁ: କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ।

publive-imageମକର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ। ପାରିବାରିକ ଜୀବନ ସୁଖମୟ ହେବ। ଗବେଷଣାରତ ଛାତ୍ରଙ୍କୁ କୌଣସି ବଡ଼ ସଫଳତା ମିଳିବ।

publive-image

କୁମ୍ଭ: ଘରେ ଧାର୍ମିକ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ।

publive-imageମୀନ: ବିବାଦ ଠାରୁ ଦୂରରେ ରୁହନ୍ତୁ। ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ସମାଜସେବୀଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହୋଇପାରେ।