publive-image

Advertisment

ମେଷ: ଯେଉଁ କାମ ହାତକୁ ନେବେ ସେଥି‌ରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ।

publive-image

ବୃଷ: କଠିନ ପରିସ୍ଥିତିରେ ସଂଯମୀ ହୋଇ କାମ କରନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageମିଥୁନ: ଆପଣଙ୍କର କଳାତ୍ମକ କ୍ଷମତାର ବିକାଶ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ଖବର ପାଇବେ।

publive-imageକର୍କଟ: ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ଦୈନନ୍ଦିନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ।

publive-imageସିଂହ: କ୍ୟାରିୟରରେ ଉନ୍ନତି ଲାଗି ଭଲ ଦିନଟିଏ। କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

publive-imageକନ୍ୟା: ବହୁ ଦିନରୁ ଆଶା କରୁଥିବା ଜିନିଷ ଅଚାନକ ହାସଲ ହେବ। କୌଣସି ବଡ଼ କଂପାନି ସହିତ ଯୋଡ଼ିହେବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

publive-imageତୁଳା: ଘର ଲୋକଙ୍କ ସହିତ ଅଧିକ ସମୟ କାଟିବାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି।

publive-imageବିଛା: ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

publive-imageଧନୁ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଘର ଲୋକଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

publive-imageମକର: ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। କୌଣସି ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଆସିବେ।

publive-image

କୁମ୍ଭ: ଚାକିରିଆଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ଭାବିଚିନ୍ତି ବଡ଼ ଚୁକ୍ତି କରନ୍ତୁ। ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ।

publive-imageମୀନ: ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।