Sambad is now on WhatsApp
Join and get latest news updates delivered to you via WhatsApp
ମେଷ: ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ।
ବୃଷ: ରାଜନୀତି କ୍ଷେତ୍ରରେ ବ୍ୟକ୍ତିଙ୍କ ଲାଗି ଦିନଟି ବିଶେଷ ରହିବ। ବହୁ ଦିନର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ।
ମିଥୁନ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ। ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ।
କର୍କଟ: ଏକ ତରଫା ଚିନ୍ତା ଅଡ଼ୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।
ସିଂହ: ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ଦେଶ ରାଜନୀତିରେ ସକ୍ରିୟ ଭୂମିକା ନେବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
କନ୍ୟା: ଠିକ ଦିଗରେ କରୁଥିବା ପ୍ରୟାସର ସଫଳତା ପାଇବେ। ବିରୋଧୀ ଦୂରତ୍ବ ବଜାୟ ରଖିବେ। ସନ୍ଧ୍ୟାରେ ସମୟ ଅତିବାହିତ କରିବା ଲାଗି ପ୍ରେମିକ ପ୍ରେମିକାଙ୍କ ପାଇଁ ଭଲ ଦିନଟିଏ।
ତୁଳା: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ଅତୁଟ ରହିବ। ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ କରିନିଅନ୍ତୁ, ଆପଣଙ୍କ ଲାଗି ଭଲ ହେବ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ।
ବିଛା: ଆପଣଙ୍କର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ରୂପେ ଆପଣଙ୍କର ପ୍ରଗତି ହେବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ଧନୁ: ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ କାମରେ ସାହାଯ୍ୟ କରିବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ।
ମକର: ପରିବାରରେ ଉତ୍ସାହ ବଜାୟ ରହିବ। ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପ୍ରେମିକ ପ୍ରେମିକା ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।
କୁମ୍ଭ: ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ। ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ମୀନ: ବୁଝିସୁଝି ବଡ଼ ନିଷ୍ପତ୍ତି ନିଅନ୍ତୁ। କାମର ଅଧିକତା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ।