ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜକୁ ସୁସ୍ଥସବଳ ଅନୁଭବ କରିବେ। କୌଣସି ଦିଗରୁ ଆଶାଠୁଁ ଅଧିକ ଧନଲାଭ ହେବ। ଅଫିସରେ କୌଣସି କାମରେ ଯାତ୍ରା ସୁଖଦ ରହିବ। ଘରକୁ ଅଚାନକ କେହି ବନ୍ଧୁ ଆସିପାରନ୍ତି।

ବୃଷ: ଆପଣଙ୍କୁ କୌଣସି କାମ ପାଇଁ ସମ୍ମାନିତ କରାଯିବ। ବେପାରୀ ବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ମହିଳାଙ୍କୁ କୌଣସି ଘରୋଇ ସଂସ୍ଥାରେ ଚାକିରି ମିଳିପାରେ।

ମିଥୁନ: ନିଜକୁ ବଦଳାଇବା ପାଇଁ ଦିନଟି ଭଲ। ଭବିଷ୍ୟତ ପାଇଁ ଆୟ ବୃଦ୍ଧିର ଯୋଜନା କରିବେ। କୌଣସି ଜରୁରୀ କାମରେ ବଡ଼ ଭାଇ ଭଉଣୀଙ୍କର ସାହାଯ୍ୟ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କର୍କଟ: ଅଫିସରେ ଆଖପାଖର ଲୋକଙ୍କ ସହ ସାବଧାନ ରୁହନ୍ତୁ। କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ।

ସିଂହ: କୌଣସି ନୂଆ କାମରେ ମନ ଲଗାଇବେ। କୌଣସି ନୂଆ ଯୋଜନା କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ।

କନ୍ୟା: ସାହାଯ୍ୟ କରିବା ଲୋକଙ୍କ ସହ ଆପଣଙ୍କର ସାକ୍ଷାତ ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ। ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ତୁଳା: ଆପଣଙ୍କ ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଅଚାନକ ଧନଲାଭ ଯୋଗ ରହିଛି। ଛାତ୍ରଙ୍କର ବନ୍ଧୁ ସହ ମିଳାମିଶା ବଢ଼ିବ।

ବିଛା: ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ଅଫିସରେ ବାତାବରଣ କାମକୁ ତ୍ବରିତ କରିବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ଆପଣ ନିଜକୁ ଗର୍ବଭରା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ।

ମକର: ଜୀବନସାଥୀ ସହ ଧର୍ମସ୍ଥାନକୁ ଯିବାର ଯୋଜନା କରିବେ। ବେପାର ବିଷୟରେ ମନରେ ନୂଆ ବିଚାର ଆସିବ। କଲେଜ ଜୀବନର ପ୍ରିୟବନ୍ଧୁ ସହ ଭେଟ ହେବାର ସମ୍ଭାବନା।

କୁମ୍ଭ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ପାର୍ଟଟାଇମ୍ କାମ କରିବାକୁ ଭାବୁଥିବା ଛାତ୍ରଙ୍କୁ ଭଲ ସୁଯୋଗ ମିଳିବ।

ମୀନ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜରୁରୀ କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସମ୍ବନ୍ଧିତ ଖବର