ଜାଣନ୍ତୁ ଆଜିର ରାଶିଫଳ

ମେଷ: ମେଡିକାଲ୍ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଆମଦାନି ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ଲାଗିରହିଥିବା ମନାନ୍ତର ଦୂର ହୋଇଯିବ।

ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବଡ଼ ଭାଇ ଭଉଣୀଙ୍କର ପୂରା ସହଯୋଗ ମିଳିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ପଇସା ଚିନ୍ତା ଆପଣଙ୍କୁ ଅସ୍ଥିର କରିପାରେ। କିଛି କାମରେ ଅଧିକ ସମୟ ଲାଗିପାରେ। ଅଫିସରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ।

କର୍କଟ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

ସିଂହ: ଆର୍ଥିକ ସ୍ଥିତି ବଦଳିପାରେ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆପଣଙ୍କ ସହ ମିଶିବା ପାଇଁ କିଛି ଲୋକ ଆପଣଙ୍କ ଘରକୁ ଆସିବେ।

କନ୍ୟା: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମହିଳାମାନେ ଘରୋଇ ଉଦ୍ୟୋଗ ଆରମ୍ଭ କରିବା ଲାଗି ଦିନଟି ଭଲ। ବଡ଼ କଂପାନିରେ ଚାକିରି ମିଳିପାରେ।

ତୁଳା: ଅଫିସରେ ଅଧିକ କାମ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କୌଣସି ବିଷୟରେ ନିଷ୍ପତ୍ତି ନେବା କଠିନ ହେବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବାକୁ ଚେଷ୍ଟା କରିବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହେବ। ସ୍ନାତକ ଛାତ୍ରଙ୍କ ଲାଗି ଦିନଟି ଉତ୍ତମ।

ଧନୁ: ଆପଣଙ୍କୁ ପରିବାରର ଦାୟିତ୍ବ ତୁଲାଇବାକୁ ପଡ଼ିବ। ବନ୍ଧୁ ସହଯୋଗରେ ଯୋଜନା ସଫଳ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ।

ମକର: ଆପଣଙ୍କର ମନ ପସନ୍ଦ କଂପାନିରୁ ଇଣ୍ଟର୍‌ଭ୍ୟୁ ପାଇଁ ଡାକରା ଆସିପାରେ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି।

କୁମ୍ଭ: ଆପଣଙ୍କର ସକାରାତ୍ମକ ଭାବନା ଲାଭ ଦେବ। କୌଣସି ରଚନାତ୍ମକ କାମ ପାଇଁ ସୁନାମ ବଢ଼ିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ମୀନ: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

ସମ୍ବନ୍ଧିତ ଖବର