ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଚାନକ ଧନଲାଭର ଯୋଗ ରହିଛି। ସନ୍ଧ୍ୟାରେ କୌଣସି ବନ୍ଧୁ ସହ ଦୀର୍ଘ ସମୟ କଥା ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବୃଷ: ଅଫିସରେ ଆପଣଙ୍କ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ। ଧନଲାଭର ଅବସର ପାଇବେ। ଆପଣଙ୍କୁ ଘରର କୌଣସି ଦାୟିତ୍ବ ମିଳିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମିଥୁନ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କର୍କଟ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସିଂହ: ଆପଣ କୌଣସି ପ୍ରକାର ଜିଦ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ।

କନ୍ୟା: ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ପ୍ରସିଦ୍ଧି ମିଳିପାରେ। କୌଣସି ବଡ଼ ବ୍ୟବସାୟ ଗ୍ରୁପରେ ଯୋଡ଼ିହୋଇ ପାରନ୍ତି। ଛାତ୍ର ବାପାଙ୍କର ସାହାଯ୍ୟ ନେବେ।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ବିଛା: ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ କରିବାର ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ଗୃହିଣୀମାନେ ଘର ସଫାସୁତୁରା କରିବାରେ ବ୍ୟସ୍ତ ରହିବେ।

ଧନୁ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲିଯବା ପାଇଁ ଯୋଜନା କରିବେ।

ମକର: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣ ପ୍ରଭାବିତ ହେବେ। ଆପଣଙ୍କ କାମରେ ନିରନ୍ତରତା ବଜାୟ ରହିବ।

କୁମ୍ଭ: ପ୍ରତ୍ୟେକ କାମରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖନ୍ତୁ। ବିଦ୍ୟାର୍ଥୀଙ୍କ ମନ ପାଠପଢ଼ାରେ ଲାଗିବ।

ମୀନ: ବ୍ୟକ୍ତିଗତ କଥା କାହାରିକୁ କୁହନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର