ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ଼ ରହିବ। ଯାହା ପୂରା କରିପାରିବ ସେହି ବଚନ ଜୀବନସାଥୀଙ୍କୁ ଦିଅନ୍ତୁ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ।

ବୃଷ: ସଂପୂର୍ଣ୍ଣ ଶକ୍ତି ଲଗାଇ କାମ କରନ୍ତୁ, କାମ ପୂରା ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ସରକାରୀ ଓକିଲଙ୍କ ସହଯୋଗ ପାଇବେ।

ମିଥୁନ: ପୂର୍ବ କଥା ନେଇ ଚିନ୍ତିତ ରହିବେ। ଧୈର୍ଯ୍ୟଧରି ରୁହନ୍ତୁ, ସଫଳତାର ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ।

କର୍କଟ: କଳାତ୍ମକ କାମରେ ଆପଣଙ୍କ ମନ ଲାଗି ରହିବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଗୃହିଣୀମାନେ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ସିଂହ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଭଲ କାମ ପାଇଁ ପୁରସ୍କାର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।

କନ୍ୟା: ବଜାରକୁ ଯିବା ବାଟରେ ବନ୍ଧୁ ସହ ଦେଖା ହୋଇପାରେ। ବିଦେଶୀ କଂପାନିରେ ଆପଣ ଅଂଶୀଦାର ହୋଇପାରନ୍ତି। କଳାକାରଙ୍କୁ ଖୁସି ମିଳିବ।

ତୁଳା: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବିଶ୍ବସ୍ତ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

ବିଛା: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦେଶନା ଦେବାର ଅବସର ମିଳିପାରେ।

ଧନୁ: ଚାକିରି ବୃତ୍ତିରେ ଅଧିକ ପରିଶ୍ରମ କରନ୍ତୁ। ଅନ୍ୟମାନଙ୍କ କାମରେ ମତ ଦେବାରୁ ନିବୃତ୍ତ ରୁହନ୍ତୁ। ସନ୍ଧ୍ୟାରେ ଘରେ ସ୍ବାଦିଷ୍ଠ ଭୋଜନ କରିବେ।

ମକର: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କାହାରିକୁ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ‌

କୁମ୍ଭ: ସବୁ ଆହ୍ବାନର ମୁକାବିଲା କରିପାରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ।

ମୀନ: ଆପଣଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କାହାରିକୁ ଶୀଘ୍ର ଭରସା କରନ୍ତୁ ନାହିଁ। ହୋଟେଲ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

ସମ୍ବନ୍ଧିତ ଖବର