ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ।

ବୃଷ: ନକାରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବେକାରଙ୍କୁ ଚାକିରି ମିଳିପାରେ।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ଫଳ ପାଇବେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

କର୍କଟ: ପରିବାରରେ କାହା ସହିତ ବାଦ ବିବାଦ ହୋଇପାରେ। କଳାକାର କିଛି ନୂଆ କରିବାକୁ ଭାବିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରେମିକାଙ୍କୁ ମନର କଥା କହିବେ।

ସିଂହ: ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ। କୌଣସି ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ।

କନ୍ୟା: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ। ସ୍ବାସ୍ଥ୍ୟରେ ସୁଧାର ହେବ।

ତୁଳା: କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ମିଳିବ। ଜୀବନସାଥୀ ଆପଣଙ୍କୁ ନେଇ ଖୁସି ରହିବେ।

ବିଛା: ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

ଧନୁ: ଆପଣ ସକାରାତ୍ମକ ରହିବେ ଏବଂ ମନରେ ନୂଆ ଆଶା ଜନ୍ମିବ। ଅଧିକ ସମୟ ପିଲାପିଲିଙ୍କ ସହ ବିତିବ। ବିଦ୍ୟାର୍ଥୀ କ୍ୟାରିୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ।

ମକର: ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ।

କୁମ୍ଭ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ଘରେ ଖୁସିର ପରିବେଶ ରହିବ। ପ୍ରେମ ଜୀବନ ମଧୁର ହେବ।

ମୀନ: ଆପଣଙ୍କ ଧ୍ୟାନ ଧର୍ମ ଦିଗରେ ଅଧିକ ଲାଗି ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଅଫିସରେ ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ।

ସମ୍ବନ୍ଧିତ ଖବର