ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ। ଅନ୍ୟମାନଙ୍କ ସହିତ କଥାବର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ଆପଣଙ୍କର କାମକୁ ନେଇ କର୍ତ୍ତୃପକ୍ଷ ନାରାଜ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ରାମଚଣ୍ତୀ।

ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଆପଣଙ୍କର ରଚନାତ୍ମକ କାର୍ଯ୍ୟ ଆପଣଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବୈବାହିକ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ଆପଣଙ୍କ ଜୀବନଶୈଳୀ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୌଣସି ବିଶେଷ କାମରେ ସଫଳ ହୋଇପାରନ୍ତି। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ବରୀ।

କର୍କଟ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ବଢ଼ିଆ କରିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ଆପଣଙ୍କ ଜୀବନ ଲାଗି କିଛି ଖାସ୍‌ ସୁଯୋଗ ମିଳିପାରେ। ଦାଂପତ୍ୟ ଜୀବନ ସୁଖମୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଜୀବନସାଥୀଙ୍କ ସହିତ ପ୍ରେମ ପ୍ରସଙ୍ଗଯୁକ୍ତ ସନ୍ଧ୍ୟା ବଜାୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଆଜି ଆପଣଙ୍କର ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ପୂରା ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଜଗନ୍ନାଥ।

ତୁଳା: ସଫଳତାର ଦିନଟିଏ। ଆପଣଙ୍କ କାମର ପ୍ରଶ˚ସା ହେବ ଏବ˚ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିପାରେ। ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭୈରବୀ।

 

 

ବିଛା: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ମିଳିବ। ଚାକିରି ସମ୍ବନ୍ଧରେ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଘରୋଇ କାମ ଲାଗି ପରିବାର ଲୋକଙ୍କ କଥାବାର୍ତ୍ତା କରିବେ। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ:ଧଳା। ଆରାଧନା:ମାଆ କାଳୀଯାଈ।

ମକର: ଆଜି ଆପଣ ଊର୍ଜା ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆଜି ଆପଣ ସୁସ୍ଥ ଓ ସତେଜ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମୀନ: ମାତା ପିତାଙ୍କ ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି। ମନରେ ନୂଆ ନୂଆ ବିଚାର ଆସିବ। କୌଣସି ମହତ୍ବ କାର୍ଯ୍ୟ ଅତି ଶୀଘ୍ର ପୂରା କରିବେ। ମହିଳାମାନଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର