ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହୋଇପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ। ଆପଣଙ୍କର ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ।

ମିଥୁନ: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନ ସୁଖକର ହେବ।

ସିଂହ: ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଶତ୍ରୁମାନେ ଆପଣଙ୍କ ଲାଗି ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

କନ୍ୟା: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆପଣଙ୍କର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ତୁଳା: ଆପଣଙ୍କୁ ଅନ୍ତରଙ୍ଗ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।

ବିଛା: ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଯୋଜନା ତିଆରି କରିବେ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

ଧନୁ: ପରିବାର ଲୋକଙ୍କ ସହିତ ହସଖୁସିର ସମୟ ଅତିବାହିତ କରିବେ। ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ମକର: ପାରିବାରିକ ମାମଲାରେ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ। କୌଣସି କଥାକୁ ନେଇ ଭାଇଙ୍କ ସହ ମତଭେଦ ହେବ। ନୂଆ ଲୋକଙ୍କ ସହ ମିଶିବା ଲାଭଦାୟକ।

କୁମ୍ଭ: କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ମିଳିବ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ଅଫିସରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଅନ୍ତରଙ୍ଗ ବନ୍ଧୁଙ୍କ ସହ ମିଶି ଆପଣଙ୍କ ମନ ପ୍ରସନ୍ନ ହେବ।

ସମ୍ବନ୍ଧିତ ଖବର