ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧିକାରୀମାନଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥା ବିବାଦଠୁଁ ଦୂରରେ ରୁହନ୍ତୁ। ଆମଦାନି ବୃଦ୍ଧି ହେବାର ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ହେବ।

ବୃଷ: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଅଚାନକ ଧନଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

ମିଥୁନ: ଅର୍ଡର ସପ୍ଲାଇ ଉଦ୍ୟୋଗୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବାହନ କିଣିବା ଲାଗି ମନ ବଳିବ। ସ୍ନାତକ ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣ ସହଯୋଗ ପାଇବେ।

କର୍କଟ: ଘରୋଇ କାମରେ ବ୍ୟସ୍ତତା ବଢ଼ିପାରେ। କାମ ପାଇଁ କାହାରି ସାହାଯ୍ୟ ନେବେ। ବେପାରରେ ଲାଭ ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ସିଂହ: ପୁରୁଣା ବନ୍ଧୁ ସହ ସାକ୍ଷାତ ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହ ସମୟ କାଟିବେ।

କନ୍ୟା: କାମରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ପରାମର୍ଶ ନେଲେ ଲାଭ ହେବ। କାର୍ଯ୍ୟ ପ୍ରସଙ୍ଗରେ ଅଧିକାରୀଙ୍କ ସହ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

ତୁଳା: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଓକିଲ କୌଣସି ମକଦ୍ଦମାରେ ଜୟଯୁକ୍ତ ହେବେ।

ବିଛା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। କିଛି ଲୋକ ଆପଣଙ୍କଠୁଁ ଅଧିକ ଆଶା ରଖିବେ। କୋର୍ଟଙ୍କ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ଜୀବନସାଥୀଙ୍କ ସହ ନାଟକ ଦେଖିବାର ଯୋଜନା କରିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚିତିରୁ ଲାଭ ହେବ। ବଡ଼ ଭାଇଭଉଣୀଙ୍କ ସହଯୋଗରେ କାମ ଆରମ୍ଭ କରନ୍ତୁ, ସଫଳତା ପାଇପାରିବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

ମୀନ: ବନ୍ଧୁ ଘରକୁ ଆସିପାରନ୍ତି। କୌଣସି କାମ କରିବା ପୂର୍ବରୁ ଅଭିଭାବକଙ୍କ ସହ ପରାମର୍ଶ କରନ୍ତୁ ଭଲ ହେବ। ବେକାରଙ୍କୁ ରୋଜଗାର ମିଳିବ। ପ୍ରେମ ଜୀବନ ଭଲ ହେବ।

ସମ୍ବନ୍ଧିତ ଖବର