ମେଷ: କଳାତ୍ମକ କାମରେ ଆପଣଙ୍କ ମନ ଲାଗି ରହିବ। ଗୃହିଣୀ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରିବେ।
ବୃଷ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କର ଭଲ କାମ ପାଇଁ ପୁରସ୍କାର ପାଇବେ। ପ୍ରିୟ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।
ମିଥୁନ: ସହରକୁ ଯାଉଥିବା ବାଟରେ କୌଣସି ବନ୍ଧୁ ସହ ଦେଖା ହୋଇପାରେ। ଆପଣଙ୍କ ମନକୁ ରୋଚକ ବିଚାର ଓ ଯୋଜନା ଆସିବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।
କର୍କଟ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ସିଂହ: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ସୃଷ୍ଟିର ଅବସର ମିଳିପାରେ। ସାମାଜିକ କାର୍ଯ୍ୟରେ ଆପଣ ଅଗ୍ରଣୀ ରହିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
କନ୍ୟା: ଚାକିରି ବୃତ୍ତିରେ ଭଲ ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
ତୁଳା: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରିବାରୁ ନିବୃତ୍ତ ରହନ୍ତୁ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛା: ଆପଣଙ୍କର ଚେଷ୍ଟା ଫଳଦାୟୀ ରହିବ। ଉନ୍ନତି ଲାଗି ନୂଆ ସାଧନ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ।
ଧନୁ: ଆପଣଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କାହାରି ଉପରେ ଶୀଘ୍ର ଭରସା କରନ୍ତୁ ନାହିଁ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ମକର: ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ସୁଦୃଢ଼ ରହିବ। ଜୀବନସାଥୀଙ୍କୁ ରକ୍ଷା କରିପାରିବା ଭଳି ପ୍ରତିଶ୍ରୁତି ଦିଅନ୍ତୁ। ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।
କୁମ୍ଭ: ପୂରା ଶକ୍ତି ଲଗାଇ କାମ କରନ୍ତୁ କାମ ସଂପୂର୍ଣ୍ଣ ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ସରକାରୀ ଓକିଲଙ୍କ ସହଯୋଗ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମୀନ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଧୈର୍ଯ୍ୟଧରି ରହନ୍ତୁ ସଫଳତାର ମାର୍ଗ ଖୋଲିବ। କାରବାରରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।