publive-image

Advertisment

ମେଷ: ଅଫିସର ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧ ଉପରକୁ ଆସିପାରେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ।

publive-image

ବୃଷ: ମନ ଲଗାଇ କାମ କରନ୍ତୁ ସଫଳତା ମିଳିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ସୁଯୋଗ ମିଳିପାରେ। ନବବିବାହିତଙ୍କ ଲାଗି ଦିନଟି ଭଲ।

publive-image

ମିଥୁନ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ପରିବାର ଓ ବନ୍ଧୁ ସହିତ ଭଲ ତାଳମେଳ ରହିବ। ଅଫିସର୍‌ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ସ୍ବାସ୍ଥ୍ୟ ନେଇ ସଜାଗ ରହନ୍ତୁ।

publive-image

କର୍କଟ: କଥା କହିବା କୌଶଳ ଦ୍ବାରା ଲୋକମାନଙ୍କୁ ବୁଝାଇବାରେ ସକ୍ଷମ ହେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

publive-image

ସିଂହ: ଆର୍ଥିକ ମାମଲାରେ ପାଖ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ମନ ପସନ୍ଦର କାମ ଦିଆଯାଇପାରେ।

publive-image

କନ୍ୟା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନଜନକ ବ୍ୟକ୍ତିଙ୍କ ସହିତ ମିଶିବାର ମଉକା ପାଇପାରନ୍ତି। ଘର ତିଆରି ପାଇଁ ଯୋଜନା କରିପାରନ୍ତି।

publive-image

ତୁଳା: ଭଲଭାବେ କାମ କରିବା ଲାଗି ଦିନଟି ଉତ୍ତମ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

publive-image

ବିଛା: ଅଫିସ କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ପ୍ରେମୀଯୁଗଳଙ୍କ ମଧ୍ୟରେ ମଧୁରତା ବଢ଼ିବ।

publive-image

ଧନୁ: ଆପଣଙ୍କ ମନରେ ଅଭିନବ ବିଚାର ଉତ୍ପନ୍ନ ହେବ। ନୂଆ କଳାକୌଶଳ ଶିଖିବାକୁ ଉଦ୍ୟମ କରନ୍ତୁ। ଜୀବନସାଥୀ ଆପଣଙ୍କୁ ମନ ପସନ୍ଦ ବ୍ୟଞ୍ଜନ ତିଆରି କରି ଖୁଆଇବେ।

publive-image

ମକର: ଭଲ ଫଳ ପାଇବା ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ କାହା ସହ ମତଭେଦ ହୋଇପାରେ। ଶିକ୍ଷାର୍ଥୀ ପରିଶ୍ରମର ସଫଳତା ପାଇବେ।

publive-image

କୁମ୍ଭ: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

publive-imageମୀନ: ନୂଆ କାମ ଆରମ୍ଭ କରିବା ଉପରେ ଧ୍ୟାନ ଲଗାନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।