ମେଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ।
ବୃଷ: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ।
ମିଥୁନ: ଦିନଟି ବହୁତ ଶୁଭ। ଆପଣଙ୍କ ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କର୍କଟ: ବେପାର ବଣିଜରେ ଲାଭ ହେବ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଖୁସି ଖବର ପାଇବେ। କ୍ୟାରିୟରରେ ଆପଣ ନିଜ ଗୁରୁଙ୍କ ସହଯୋଗ ପାଇବେ।
ସିଂହ: ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ନିଜ ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବ। ସମାଜରେ ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।
କନ୍ୟା: ବ୍ୟବସାୟରେ ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।
ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
ବିଛା: ଆପଣଙ୍କ ମନ ସକାରାତ୍ମକ ରହିବ। କାମ ସମ୍ପର୍କିତ କୌଣସି ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନୀଙ୍କର ଉନ୍ନତି ହେବ। ଜୀବନସାଥୀଙ୍କ ସହ ଭଲ ତାଳମେଳ ବଜାୟ ରହିବ।
ଧନୁ: ମାତାପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
ମକର: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।
କୁମ୍ଭ: ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରିବ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ। ପ୍ରିୟ ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ।
ମୀନ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ସାମାଜିକ ପ୍ରସିଦ୍ଧି ବଢ଼ିବ।