ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ବ୍ୟବହାରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହେବେ।
ବୃଷ: ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।
ମିଥୁନ: ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପରିଶ୍ରମ ବଳରେ କାର୍ଯ୍ୟରେ ସଫଳତା ପାଇବେ। ବିବାଦ ଠାରୁ ଦୂରରେ ରୁହନ୍ତୁ। ପାରିବାରିକ କାର୍ଯ୍ୟ ପାଇଁ ଅଧିକ ଯାତାୟାତ କରିବେ।
କର୍କଟ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ଆର୍ଥିକ ସ୍ଥିରତା ବଜାୟ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ଶୁଭ ଖବର ପାଇବେ।
ସିଂହ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ। ମାତାପିତା ଆପଣଙ୍କୁ କୌଣସି ଉପହାର ଦେବେ।
କନ୍ୟା: କିଛି ବିଶେଷ କରିବା ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। କାମରେ ଅଧିକ ସମୟ ଲାଗିପାରେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।
ତୁଳା: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅର୍ଥ ସମ୍ପର୍କିତ ବଡ଼ ନିଷ୍ପତ୍ତି ଭାବିଚିନ୍ତି ଗ୍ରହଣ କରନ୍ତୁ।
ବିଛା: ଭ୍ରମଣରେ ସମୟ ବିତିବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ।
ଧନୁ: ଦିନଟି ବହୁତ ଭଲରେ କଟିବ। କୌଣସି ଉତ୍ସରୁ ଆଶାଠୁଁ ଅଧିକ ଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବ।
ମକର: ବକେୟା ଅର୍ଥ ପାଇବେ। ଅଚିହ୍ନା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଅଫିସରେ କାମର ବୋଝ ଅଧିକ ହେବ। ଖୁସି ଖବର ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କୁମ୍ଭ: ବନ୍ଧୁର ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ।
ମୀନ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।