ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। କଲେଜ ସାଙ୍ଗ ସହିତ ଥଟ୍ଟାମଜାରେ ସମୟ ବିତିବ। ବ୍ୟର୍ଥ କାମ ଠାରୁ ଦୂରରେ ରହନ୍ତୁ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ।

ବୃଷ: ବେପାରୀଙ୍କ ଲାଗି ଦିନଟି ଶୁଭ। ଭାଗୀଦାରିରେ ବେପାର କରନ୍ତୁ, ଲାଭ ହେବ। ଜମି ସଂପର୍କିତ ମାମଲା ସମାଧାନ ହୋଇଯିବ। ନୂଆ ଦାୟତ୍ବ ଗ୍ରହଣ କରିବା ଲାଗି ଦିନଟି ଭଲ।

ମିଥୁନ: ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ମହିଳାମାନଙ୍କୁ ଉପହାର ମିଳିପାରେ।

କର୍କଟ: ଆପଣଙ୍କ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିବେ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ କଥା ମାନିଲେ ସମ୍ବନ୍ଧ ଦୃଢ଼ ହେବ।

ସିଂହ: ପୂର୍ବରୁ ଆରମ୍ଭ କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ସମୟ ସହିତ ଚାଲନ୍ତୁ। ଉନ୍ନତିର ନୂଆ ରାସ୍ତା ପାଇବେ। ଜରୁରୀ କାମରେ ଜୀବନସାଥୀ ଠାରୁ ସାହାଯ୍ୟ ପାଇବେ।

କନ୍ୟା: ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାର୍ଯ୍ୟ କଲେ ତାହା ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ପିଲାମାନଙ୍କ ସହିତ ଖେଳି ମାନସିକ ଅଶାନ୍ତି ଦୂର କରିବେ।

ତୁଳା: ଜୀବନସାଥୀ ଏଭଳି କିଛି କରିବେ ଯାହା ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ନୂଆ କାମ ଆରମ୍ଭ କରିବା ଲାଭଦାୟକ ସାବ୍ୟସ୍ତ ହେବ।

ବିଛା: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଭଉଣୀଙ୍କର ଆଶାତୀତ ସହଯୋଗ ମିଳିବ। ଖର୍ଚ୍ଚ ବୃଦ୍ଧି ଯୋଗୁଁ ସଂଚୟ କରିବା କଷ୍ଟ ହେବ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ଧନୁ: ଧୈର୍ଯ୍ୟଧରି କାମ କରନ୍ତୁ, ଲାଭ ହେବ। ଅର୍ଥ ବିଭାଗରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ପଦୋନ୍ନତିର ସୂଚନା ପାଇବେ। ଆୟ ଲାଗି ମନରେ ଭଲ ବିଚାର ଆସିବ।

ମକର: ଭ୍ରମଣ ଲାଭଦାୟକ ହେବ। ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। କଠିନ ପରିଶ୍ରମ ଲାଭଦାୟକ ପ୍ରମାଣିତ ହେବ।

କୁମ୍ଭ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ। କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀ ବ୍ୟକ୍ତି ଆପଣଙ୍କ କାରବାରରେ କ୍ଷତି ପହଞ୍ଚାଇବାର ବିଫଳ ଉଦ୍ୟମ କରିବେ।

ମୀନ: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଦମ୍ପତି ସମାରୋହକୁ ଯିବେ। ଅଭିଜ୍ଞ ଲୋକଙ୍କ ସହିତ ସାକ୍ଷାତ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

ସମ୍ବନ୍ଧିତ ଖବର